କରୋନା ମୁକାବିଲା ପାଇଁ ସଚେତନତା ଗୀତ ଗାଇଲେ ବାଲିଗୁଡା ଆଇଆଇସି,ଭିଡିଓ ଦେଖନ୍ତୁ

0 2,298


ବାଲିଗୁଡ଼ା: ମହାମାରୀ କରୋନା ଭୁତାଣୁ ମୁକାବିଲା ନେଇ ସାରା ବିଶ୍ବ ଚିନ୍ତିତ । ସରକାରଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଯାରିରହିଛ । ଏଭଳି ପରିସ୍ଥିତିରେ ଲୋକଙ୍କୁ ଅଧିକ ସଚେତନ କରାଇବା ପାଇଁ ପ୍ରଚେଷ୍ଟା ଜାରି ରଖିଛି ବାଲିଗୁଡ଼ା ପୋଲିସ୍ । ଏକ ନିଆରା ଢଙ୍ଗରେ ଲୋକଙ୍କୁ ଅଧିକ ସଚେତନ କରାଇବା ପାଇଁ କନ୍ଧମାଳ ପୋଲିସ୍ ପକ୍ଷରୁ ଏକ ଗିତ (ଦେଖିକି ଚଳୁଥିବା) ରିଲିଜ୍ କରାଯାଇଛି । ଏହି ଗିତକୁ ବାଲିଗୁଡ଼ା ଥାନାରେ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି କନ୍ଧମାଳ ଏସପି ପ୍ରତୀକ ସିଂ ।

hiring

ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ୍ ଏହି ଗିତ ରଚନା କରିଥିବାବେଳେ କଣ୍ଠଦାନ କରିଛନ୍ତି ଆଇଆଇସି ପ୍ରଶାନ୍ତ କୁମାର ବେହେରା । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଞ୍ଚଳରେ ପୋଲିସ୍ ପକ୍ଷରୁ କରୋନା ମୁକାବିଲା ନେଇ ପୋଲିସ ପକ୍ଷରୁ ସଚେତନ କରାଯାଉଛି । ଆମେ ଆଉ ଏକ ନିଆରା ପ୍ରୟାସ ଆରମ୍ଭ କରିଛୁ ଜନସାଧାରଣଙ୍କୁ ସଚେତନ କରିବା ପାଇଁ । ଆଶା କରୁଛୁ ଏହି ଗିତ ମାଧ୍ୟମରେ ଲୋକେ ଆଉଟିକେ ସଚେତନ ହେବେ ବୋଲି କହିଛନ୍ତି କନ୍ଧମାଳ ଏସପି । ସେପଟେ ଗିତକୁ ନେଇ ବାଲିଗୁଡ଼ା ଏସଡିପିଓ ଓ ଆଇଆଇସି ମଧ ସଫଳତା ମିଳିବ ବୋଲି ବେସ୍ ଅଶା ବାନ୍ଧିଛନ୍ତି ।

hiranchal ad1
Leave A Reply

Your email address will not be published.

7 + fifteen =