ରକ୍ତଦାନ କରି ମହାନତା ଦେଖାଇଲେ ୧୫ଜଣ ଯୁବକ

0 309

ବୌଦ୍ଧ : କରୋନା ପରି ମହାମାରୀ ଯୋଗୁଁ ସମଗ୍ର ଦେଶ ଲକଡାଉନରେ ଥିବାବେଳେ ଅନ୍ୟ ରୋଗୀଙ୍କ କଥାକୁ ମନେ ପକାଇ ରକ୍ତ ଅଭାବର ଅବଶ୍ୟକତାକୁ ଦୃଷ୍ଟିରେ ରଖି ୧୫ଜଣ ଯୁବକ ବୌଦ୍ଧ ଡାକ୍ତରଖାନାରେ ସ୍ୱେଚ୍ଛାକୃତ ରକ୍ତଦାନ କରି ନିଜର ମହାନତା ଦେଖାଇଛନ୍ତି । ଲକଡାଉନ ଯୋଗୁଁ ସମଗ୍ର ଦେଶରେ ଥିବା ରକ୍ତଭଣ୍ଡାରମାନଙ୍କରେ ରକ୍ତର ଘୋର ଅଭାବ ପରଲକ୍ଷିତ ହୋଇଛି । ଏହି ପରିପ୍ରେକ୍ଷୀରେ ରକ୍ତର ଅଭାବ ଯୋଗୁଁ କୌଣସି ରୋଗୀ ଯେମିତି ମୃତ୍ୟୁମୁଖରେ ନପଡନ୍ତୁ ଏହି ଚିନ୍ତନ ନେଇ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ୫ଜଣ ଓ ପଡୋଶୀ ଆଠମଲ୍ଲିକ ବ୍ଲକ କିଆକଟା ଅଂଚଳର ୧୦ଜଣ ଯୁବକ ପୁଲିସଠାରୁ ଅନୁମତି ନେଇ ବୌଦ୍ଧ ରକ୍ତଭଣ୍ଡାରରେ ରକ୍ତଦାନ କରିଛନ୍ତି ।

hiring


ସ୍ୱେଚ୍ଛାକୃତ ରକ୍ତଦାନ କରିଥିବା ଶିବରାମ ମେହେର, ରାଜେଶ କୁମାର ପୁରାଣ୍ଡି, ହିମାଞ୍ଚଳ ପ୍ରଧାନ, ସନ୍ତୋଷ ମେହେର, ଅମରେଶ କୁମାର ପାତ୍ର, ରଂଜିତ ବିଶ୍ୱାଳ, ଶ୍ରୀକାନ୍ତ ପ୍ରଧାନ, ରାଜୀବ ପ୍ରଧାନ, ନରେନ୍ଦ୍ର ଦେହୁରୀ, ଶରତ ବିଶ୍ୱାଳ, ଲକ୍ଷ୍ମଣ ସାହୁ, ଶୁଭେନ୍ଦୁ କୁମାର ପ୍ରଧାନ, ନିଳାଞ୍ଚଳ ପ୍ରଧାନ, ସଚ୍ଚିଦାନନ୍ଦ ପ୍ରଧାନ ଓ ପ୍ରଶାନ୍ତ କୁମାର ବିଶିଙ୍କ ଏହି ମହାନତାକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ବୌଦ୍ଧ ରକ୍ତଭଣ୍ଡାର କର୍ମଚାରୀମାନେ ସହାୟତା କରିଥିଲେ ।

hiranchal ad1
Leave A Reply

Your email address will not be published.

13 − 3 =