ରାଜକୁମାର ଶର୍ମା ନୂଆ ସ୍ୱାସ୍ଥ୍ୟ ସଚିବ ନିଯୁକ୍ତ

0 96

ଭୁବନେଶ୍ୱର,୧୮/୧୦- ୧୯୮୭ ବ୍ୟାଚର ବରିଷ୍ଠ ଆଇଏଏସ ଅଫିସର ରାଜକୁମାର ଶର୍ମାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ରାଜ୍ୟସରକାର ନିଯୁକ୍ତି ଦେଇଛନ୍ତି । ଶ୍ରୀ ଶର୍ମା କୃଷି ଉତ୍ପାଦ କମିଶନର ଭାବେ ପୂର୍ବଭଳି ତାଙ୍କ ଦାୟିତ୍ୱ ସହିତ ଅତିରିକ୍ତ ଭାବେ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟ ତୁଲାଇବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ୧୯୮୮ ବ୍ୟାଚର ବରିଷ୍ଠ ଆଇଏଏସ ଅଫିସର ପ୍ରଦୀପ୍ତ ମହାପାତ୍ର ସ୍ୱାସ୍ଥ୍ୟ ବିଭାଗର ଏସିଏସ ଭାବେ ଦାୟିତ୍ୱ ସମ୍ଭାଳୁଥିଲେ । ମହାମାରୀ କୋଭିଡ ସମୟରେ ସେ ଅତି ଦକ୍ଷତାର ସହିତ କାର୍ଯ୍ୟ ତୁଲାଉଥିବାବେଳେ ହଠାତ୍‌ ଲମ୍ବାଛୁଟିରେ ଚାଲିଯାଇଥିଲେ । ଦୀର୍ଘ ମାସେକାଳ ଲମ୍ବାଛୁଟିରେ ରହିବାପରେ ଗତକାଲି ରାଜ୍ୟସରକାର ତାଙ୍କୁ ଓଡିଶା ଜଙ୍ଗଲ ଉନ୍ନୟନ ବିଭାଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ ମଧ୍ୟ ସେ ଆଜି ସେହି ପଦବୀରେ ଦାୟିତ୍ୱ ଗ୍ରହଣ କରିନାହାନ୍ତି । ବରିଷ୍ଠ ଆଇଏଏସ ଶ୍ରୀ ମହାପାତ୍ରଙ୍କ ଏଭଳି ଅଚାନକ ବିଭାଗ ପରିବର୍ତ୍ତନ ଓ କମ୍‌ ଗୁରୁତ୍ୱପୂର୍ଣ୍ଣ ଜଙ୍ଗଲ ଉନ୍ନୟନ ନିଗମର ଦାୟିତ୍ୱ ତାଙ୍କୁ ପ୍ରଦାନ କରାଯିବା ନେଇ ପାୱାର କରିଡରରେ ନାନା ଚର୍ଚ୍ଚା ଲାଗିରହିଛି ।

hiranchal ad1
Leave A Reply

Your email address will not be published.

seven + twelve =