ଆଧ୍ୟାତ୍ମିକ ଭାବନା ଓ ଭକ୍ତି ସମୂହର ସ୍ଥାନ ଆଡେଣିଗଡର ନାଉନ ଡ଼ଙ୍ଗା ଜଳପ୍ରପାତ

0 156

ବୌଦ୍ଧ,୧୮/୧୦- ସ୍ଥାନଟିର ନାମ ହୁଏତ କେହି ନୂଆ ଶୁଣୁଥିବେ ବା କେହି କେହି ଶୁଣିଥିବେ । ଝରଣାର କୁଳୁକୁଳୁ ସଙ୍ଗୀତ ସାଙ୍ଗକୁ ଘଞ୍ଚ ଜଙ୍ଗଲ ଦେଇ ଯିବାକୁ ପଡେ । ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିିଗଡ଼ ପଞ୍ଚାୟତର ପୋଢ଼ହଳ ନାମକ ଏକ ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ନାଉନ ଡ଼ଙ୍ଗା ଜଳପ୍ରପାତ । କୁଳୁକୁଳୁ ଶବ୍ଦ, ଅତୀବ ଶାନ୍ତ ଓ ମନଲୋଭା ସ୍ଥାନଟିଏ, ଯେଉଁଠି ବର୍ଷର ଗୋଟିଏ ଦିନ ଜନ ସମାଗମ ଦେଖିବାକୁ ମିଳିଥାଏ । ପର୍ବପର୍ବାଣିଗୁଡିକ ଋତୁ, ଧର୍ମ ଓ ସାମାଜିକ ଭିତ୍ତିରେ ପାଳନ କରାଯାଏ । ତନ୍ମଧ୍ୟରୁ ଅନେକ ପର୍ବ କୃଷି ସମ୍ବନ୍ଧୀୟ । ତୁଳା ମାସର ସଂକ୍ରାନ୍ତିରେ ପାଳିତ ହୁଏ ଗର୍ଭଣା ସଂକ୍ରାନ୍ତି । ଇଂରାଜୀ ମାସ ଅକ୍ଟୋବରରେ ପଡେ ଏହି ସଂକ୍ରାନ୍ତି । ଗର୍ଭ କହିଲେ ଭୃଣକୁ ବୁଝାଯାଏ ।

ଏହି ସଂକ୍ରାନ୍ତି ବେଳକୁ ଧାନଗଛର ଗର୍ଭରେ ଧାନ କେଣ୍ଡା ବାହାରେ । ଏହି ସମୟରେ ଗର୍ଭଣା ଗଛର ଡାଳକୁ ପୂଜା କରି କ୍ଷେତରେ ପୋତିଲେ ଭଲ ଫସଲ ହୁଏ ବୋଲି ପ୍ରବାଦ ରହିଛି । ଚାଷୀମାନେ ଏହିଦିନ ନିଷ୍ଠାର ସହିତ ପାଳନ କରନ୍ତି ।

hiring

ଅଞ୍ଚଳର ଅଧିବାସୀମାନେ ଦୀର୍ଘ ଅନେକ ବର୍ଷ ହେଲା ଅଞ୍ଚଳ ପାଇଁ ଭଲ ବର୍ଷା, ଅଞ୍ଚଳ ରେ ଭଲ ଚାଷ ପାଇଁ ଏହି ପର୍ବକୁ ପାଳନ କରିଥାନ୍ତି । ରାତ୍ରି ଉଜାଗର ରହି ରାତିତମାମ ନାମ ସଂକୀର୍ତ୍ତନ୍ୟ କରିଥାନ୍ତି । ପରିଶେଷରେ ସମୁହ ପ୍ରସାଦ ସେବନ କରି ନିଜନିଜ ଘରକୁ ଫେରିଥାନ୍ତି । ଏହି ପରମ୍ପରା ସତରେ ନିଆରା । ଗର୍ଭଣା ସଂକ୍ରାନ୍ତି ଉପରେ ଏକ କୃଷି ବଚନ ଅଛି -ଆଗେ ବୁଣୁ ପଛେ ବୁଣୁ, ଗର୍ଭଣାକୁ ଟୁଣୁଟୁଣୁ । ଅର୍ଥାତ ଏହି ସମୟକୁ ଧାନଗଛ ଗର୍ଭଧାରଣ କରିସାରିଥାଏ । ଏହିଭଳି ପର୍ବ ସମଗ୍ର ଜିଲ୍ଲାରେ ନିଆରା ।

hiranchal ad1
Leave A Reply

Your email address will not be published.

4 × 2 =