ଗଜପତି ବିଜୁଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

0 140

ବର୍ତ୍ତମାନ କୋରନା ମୁକାବିଲା ପାଇଁ ରୋଗୀ ମାନଙ୍କୁ ରକ୍ତ ହୀନତା ପ୍ରଭାବରୁ ରକ୍ଷା କରିବା ପାଇଁ ଜିଲ୍ଲା ବିଜୁଜନତା ଦଳ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର ଠାରେ ସ୍ବେଚ୍ଛାକୃତ ରକ୍ତ ଦାନ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା।ସମସ୍ତ ସରକାରୀ ନିୟମକୁ ଆଖି ଆଗରେ ରଖି ସାମାଜିକ ଦୂରତାକୁ ପ୍ର।ଧାନ୍ୟ ଦେଇ କେବଳ 20 ଜଣ କର୍ମୀ ରକ୍ତ ଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ସିଡ଼ିଏମ ଓ ଗୁନୁ ରାଣି ପଟ୍ଟନାୟକ ଡି ପି ଏମ ଯୋଗ ଦେଇ ସମସ୍ତ କର୍ମୀଙ୍କୁ ଉତ୍ସ।ହିତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବିଜେଡି ସଭାପତି ପ୍ରଦୀପ ନାୟକ,ବରିଷ୍ଠ ନେତା ବସନ୍ତ କୁମାର ଦାସ,ଜିଲ୍ଲା ବିଜେଡ଼ି ବରିଷ୍ଠନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ,ବିଜେଡି ନଗର ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁ, ଯୁବ ନେତା ଲେଙ୍କା ସୀମାଦ୍ରୀ, ଦିପୁ ପାଣିଗ୍ରାହୀ, ଅମୀର ଜେନା, ସତୀଶ ପ୍ରମୁଖ ଉପସ୍ଥିତ ଥିଲେ।

hiranchal ad1
Leave A Reply

Your email address will not be published.

19 + two =