ଦୁର୍ନୀତି ବିରୋଧରେ ବିଜେପି ପକ୍ଷରୁ ନନ୍ଦାହାଣ୍ଡି ବ୍ଲକ ଘେରାଉ

0 69

ନନ୍ଦାହାଣ୍ଡି : ଆଜି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ ସହ ବିଭିନ୍ନ ଦୁର୍ନୀତି ବିଷୟକୁ ନେଇ ବ୍ଲକ ଘେରାଉ କରିଛି । ବ୍ଲକ ତଥା ଜିଲ୍ଲା ସ୍ତରୀୟ ସମସ୍ୟାକୁ ଦାବିପତ୍ରରେ ସ୍ଥାନିତ କରାଯାଇଛି । ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାଦ୍‌ ପଡ଼ିଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା, ମନରେଗା ମାଧ୍ୟମରେ ୯୫ ଦିନର ଶ୍ରମିକ ଟଙ୍କା ପ୍ରଦାନ କରିବା ଓ ବୋନସ ଅର୍ଥ ରାଶି ମଧ୍ୟ ଦିଆଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଶାସକ ବିଜୁ ଜନତା ଦଳର କେତେ ମୁଷ୍ଟିମେୟ ଲୋକ ଗୃହ ଗୁଡିକ ଅଧପନ୍ତରିଆ କାମ କରି ହିତାଧିକାରୀଙ୍କ ଅଜ୍ଞାତରେ ସମ୍ପୂର୍ଣ୍ଣ ବିଲ ଉଠାଇ ଆତ୍ମସାତ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଏସ୍‌ଇସିସି ତାଲିକାରୁ ବାଦ୍‌ ପଡ଼ିଥିବା ଗ୍ରାମର ଗରୀବ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ରହିଯାଇଛନ୍ତି ତେଣୁ ଉକ୍ତ ଗ୍ରାମର ଲୋକଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରାଯାଉ ବୋଲି ଦାବି କରିଛନ୍ତି । ସମସ୍ତ ପରିବାରକୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଅବିଳମ୍ବେ କରାଯାଉ, ଦୀର୍ଘ ଦିନରୁ ନିର୍ମିତ ହୋଇଥିବା ଗୁହାଳ ଗୁଡିକର ବିଲ ପୈଠ କରାଯାଉ, ରାଜ୍ୟରେ ଅହେତୁକ ବିଜୁଳି ଦର ବୃଦ୍ଧିକୁ ହ୍ରାସ କରାଯାଉ ତଥା ଯୁବକ ଯୁବତୀଙ୍କୁ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦିଆଯାଉ ବୋଲି ଦାବିପତ୍ରରେ ଦର୍ଶାଯାଇଛି । ଏହି ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ନବରଙ୍ଗପୁର ପୂର୍ବତନ ସାଂସଦ ତଥା ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ ମୁଖ୍ୟ ନେତୃତ୍ୱ ନେଉଥିବା ବେଳେ ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ, ରାଜ୍ୟ ମହିଳା କାର୍ଯ୍ୟକାରିଣୀ ସଦସ୍ୟା ସୁକାନ୍ତି ବେହେରା ଜିଲ୍ଲା ମହିଳା ସଭାନେତ୍ରୀ ଶର୍ମିଷ୍ଠା ଦେଓ, ମିଡ଼ିଆ ସଂଯୋଜକ ଦେବଦାସ ମହାଙ୍କୁଡ, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ରିତେଶ ଭଞ୍ଜ ଓ ରମେଶ ପଣ୍ଡା ତଥା ଦେବୀ ପ୍ରସାଦ ମହାପାତ୍ର, ବୁଦୁ ଜାନି ପ୍ରମୁଖ ନେତୃତ୍ୱରେ ସହଯୋଗ କରିଥିଲେ । ବ୍ଲକ ସ୍ତରରେ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ନାୟକ, ଅରୁଣ କୁମାର ଷଡଙ୍ଗୀ, ଶ୍ରୀନିବାସ ଶତପଥୀ, ଲଛମନ ଗୌଡ଼, ସୌମ୍ୟ କାନ୍ତ ତ୍ରିପାଠି, ଜ୍ୟୋତିର୍ମୟ ତ୍ରିପାଠୀ ଓ ଅନୁପମ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଥିଲେ । ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

4 × 1 =