ଧାନ ମଣ୍ଡି ଖୋଲିବା ନେଇ ଗର୍ଜିଲା ବିଜେପି କୃଷକ ମୋର୍ଚ୍ଚା

0 146

ଚମ୍ପୁଆ: ରାଜ୍ୟ ସରକାର ଧାନ ମଣ୍ଡି ଖୋଲିବାରେ ବିଳମ୍ବ, ଅବ୍ୟବସ୍ତା ଓ ଚାଷୀମାରଣ ନିତି ପ୍ରତିବାଦରେ ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଜ୍ୟପାଳଙ୍କ ଉେଦ୍ଦେଶ୍ୟରେ ଏକ ୫ ଦଫା ଦାବି ପତ୍ର ସ୍ଥାନିୟ ଉପଜିଲାପାଳ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ପ୍ରଫୁଲ୍ଲ ମିଶ୍ରଙ୍କୁ ପ୍ରଦାନ କରାଯାଇଛି । ସେମାନଙ୍କ ଦାବି ଅନୁଯାୟୀ ରାଜ୍ୟ ସରକାର ଅତିଶୀଘ୍ର ଧାନ ମଣ୍ଡି ଖୋଲନ୍ତୁ, ଧାନ ମଣ୍ଡି ସବୁଦିନ ଖୋଲା ରହୁ, ଧାନ କିଣାରେ କଟନିଛଟନି ବନ୍ଦ କରାଯାଉ, ଧାନ ମଣ୍ଡିରେ ମିଲର ମାନଙ୍କ ଦାଦାଗିରି ବନ୍ଦ କରିବା ସହ ମିଲର ମାନଙ୍କ ପ୍ରବେଶକୁ ନିଶେଦ୍ଧ କରାଯାଉ ଏବଂ ଶେଷରେ ଧାନ କିଣା କାରବାରରେ ଟୋକନ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଉ । ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ କୃଷି ଓ କୃଷକର ଉନ୍ନତି ପାଇଁ ବହୁ ବିଧି ଯୋଜନା ମାଧ୍ୟମରେ କୃଷକ ମାନଙ୍କ ଆୟ ୨ ଗୁଣିତ କରିବା ପାଇଁ ଚାହୁଁଥିବା ବେଳେ ରାଜ୍ୟର ନେତା, ମନ୍ତ୍ରୀ, ପ୍ରଶାସନିକ କଳ ଏହାକୁ ବାଟମାରଣା ଓ ହରିଲୁଟ କରୁଛନ୍ତି । ଫଳରେ କ୍ଷତିକୁ ଭରଣା କରିନପାରି ଚାଷୀ ଆତ୍ମହତ୍ୟା କରୁଛି । ସରକାରଙ୍କ ୨୩ ବର୍ଷ ଶାସନ କାଳରେ ଜଳ ସେଚନର ଉନ୍ନତି ହୋଇପାରିଲା ନାହିଁ । ରାଜ୍ୟର ୧୧୨ ଟି ଶୀତଳ ଭଣ୍ଡାର ମଧ୍ୟରୁ କେବଳ ୮ ଟି ମାତ୍ର କାର୍ଯ୍ୟକ୍ଷମ କରୁଛି । ତେଣୁ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତିକୁ ତୀବ୍ର ଭର୍ତ୍ସନା କରିବା ସହ ଧାନ ମଣ୍ଡି ଶିଘ୍ର ନଖୋଲିଲେ ବିଜେପି ଆନ୍ଦୋଳନକୁ ଗାଁ ଗାଁରେ ପହଁଚାଇବ ବୋଲି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ଚେତାବନୀ ଦେଇଛନ୍ତି । ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ. ମୁରଲୀ ମନୋହର ଶର୍ମା, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାଧାକାନ୍ତ ମହାନ୍ତ, ଜିଲା ସଭାପତି ଭାଗିରଥି ସିଂହ, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଧର ସାହୁ ଓ ଅଖିଳ ନାଏକ, ବିଜେପି ଜିଲା ଉପସଭାପତି ଦେବପ୍ରସାଦ ମିଶ୍ର, ଅଗୁନୁ ମହାନ୍ତ, ଶ୍ରଦ୍ଧାଞ୍ଜଳି କର, ମହତାବ ଆଲାମ, ରାଜେଶ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

1 × 3 =