ଜିଲ୍ଲାସ୍ତରୀୟ ପୌଷ୍ୟସନ୍ତାନ ଗ୍ରହଣ ସଚେତନତା ମାସ ପାଳିତ

0 64

ସୁବର୍ଣ୍ଣପୁର : ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ୨୦୨୩ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଏହି ଦିବସ ପରିପ୍ରେକ୍ଷୀରେ ଆୟୋଜିତ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ଆଇନଗତ ପୋଷ୍ୟ ସନ୍ତାନ ଗ୍ରହଣ ଓ ଏହାର ବିଭିନ୍ନ ପ୍ରକ୍ରିୟା ସମ୍ବନ୍ଧରେ ସଚେତନା ସୃଷ୍ଟି କରିବା ପାଇଁ ବିଭିନ୍ନ ବ୍ଲକ ତଥା ବସଷ୍ଟାଣ୍ଡ ଓ ଜିଲ୍ଲାର ଜନଗହଳି ସ୍ଥାନ ମାନଙ୍କରେ ପହଞ୍ଚିବ । ଏହି ସନ୍ଧର୍ଭରେ ଏକ ସଚେତନତା ସଭା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପୌଷ୍ୟ ସନ୍ତାନ ଗ୍ରହଣ ସମ୍ୱନ୍ଧୀୟ ବିଭିନ୍ନ ବିଭାଗ ମଧ୍ୟରେ ଏବଂ ଆଇନର ଉପଯୁକ୍ତ ପାଳନ ଓ ତତ୍‌ ସମ୍ବନ୍ଧୀୟ ବ୍ୟବସ୍ଥାକୁ ସୁଦୃଢ କରିବା ନିମନ୍ତେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲୀନା ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ବରିଷ୍ଠ ଶିଶୁ ମାନଙ୍କୁ ପୌଷ୍ୟସନ୍ତାନ ଗ୍ରହଣ କରିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହେବା ଆବଶ୍ୟକ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ସୁଭଦ୍ରା ମହତାବ ସେବା ସଦନ ଏବଂ ପୂର୍ବତନ କାର୍ଯ୍ୟକ୍ରମ ଅଧିକାରୀ ତପନ କୁମାର ପାତ୍ର ସାଧନ କର୍ମୀ ଭାବରେ ଯୋଗଦାନ କରି ଏଡପ୍ସନ ରେଗୁଲେସନ ୨୦୨୨ ଓ ଏହା ସମ୍ବନ୍ଧୀୟ ଆଇନଗତ ତଥ୍ୟ ସମ୍ବନ୍ଧରେ ଉପସ୍ଥାପନ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ସଭା ପରିଚାଳନା କରିବା ସହ ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥାପନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଶଙ୍କର୍ଷଣ ପଣ୍ଡା,କାର୍ଯ୍ୟକ୍ରମ ଅଧିକାରୀ ଅନିତା ଗୁରୁ,ବାଲ୍ୟ ବିବାହ ପରାମର୍ଶଦାତା ଅକ୍ଷୟ କୁମାର ସିଂ,ସଭ୍ୟ ହେମନ୍ତ କୁମାର ସା ଆନୁଷ୍ଠାନିକ ଶିଶୁ ସୁରକ୍ଷା ଅଧିକାରୀ ବିଜୟ କୁମାର ବିଶ୍ୱାଳ ଅଦି ଉପସ୍ଥିତ ରହି ନିଜ ନିଜର ବ୍ୟକ୍ତବ୍ୟ ସ୍ଥାପନ କରିଥିଲେ । ଏହି ଅବସରରେ ପରିତ୍ୟକ୍ତ ଶିଶୁ ମାନଙ୍କର ସୁରକ୍ଷା ଓ ସେବା କରିବାରେ ବିଶେଷ ଅବଦାନ ଥିବା ଜିଲ୍ଲାର ୬ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ହେଲେ ମାତୃ ଓ ଶିଶୁ ଚିକିତ୍ସାଳୟ ସୋନପୁର ଡାକ୍ତର ଦିଲୀପ କୁମାର ପୁରୋହିତ, ସ୍ୱାସ୍ଥ୍ୟ କର୍ମି ରେଣୁକା ବାଗ, ଅଙ୍ଗନୱାଡି କର୍ମୀ ନିରୁପମା କ୍ଷେତି, ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସ୍ୱାସ୍ଥ୍ୟ କର୍ମୀ ରେବତୀ ଜଗଦଲା, ଆଶା କର୍ମୀ ନନ୍ଦିନୀ ଦନ୍ତା ଓ ଆଇନ୍‌ ଅଧିକାରୀ କେଶବ ଚନ୍ଦ୍ର ମେହେରଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ସିଡିପିଓ,ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଏଏନ୍‌ଏମଟିସି ଅଧ୍ୟକ୍ଷ ଓ ଛାତ୍ର ଛାତ୍ରୀ, ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର କର୍ମଚାରୀ ଆଦି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ଆଇନ୍‌ ଅଧିକାରୀ କେଶବ ଚନ୍ଦ୍ର ମେହେର ଧନ୍ୟବାଦ୍‌ ଦେଇଥିଲେ । ଥବିର କାଲ୍‌ସେ, ରୁଦ୍ର ପ୍ରସନ୍ନ ମିଶ୍ର, ପ୍ରଶାନ୍ତ ମହାକୁଡ, ସ୍ୱାଗତରାଜ ମିଶ୍ର, ସରିତା ସୁନା ଓ ଅନିଲ ମହଲା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

9 − 3 =