କରୋନା ସଂକଟ : ବୌଦ୍ଧରେ ରକ୍ତଦାନ କଲେ ଏଆଇୱାଇଏଫ୍ ସଦସ୍ୟ, ପୁଲିସ କର୍ମଚାରୀଙ୍କୁ ଛତା ବି ବାଣ୍ଟିଲେ

0 342

ବୌଦ୍ଧ : ମହାମାରୀ କୋରନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଦେଶରେ ଲକଡାଉନ ଘୋଷଣା କରିଛନ୍ତି । ଏହି ସଂକଟ ସମୟରେ ରକ୍ତର ଘୋର ଅଭାବ ହେଉଛି । ଲକଡାଉନ ପାଇଁ ରକ୍ତଦାନ ଶିବିରମାନ ଅନୁଷ୍ଠିତ ହୋଇପାରୁନାହିଁ । ଏହି ଘଡିସନ୍ଧି ମୁହୂର୍ତ୍ତରେ ଶହୀଦ ଭଗତ ସିଂହଙ୍କ ଦାୟାଦ ଅଖିଳ ଭାରତ ଯୁବସଂଘ(ଏଆଇୱାଇଏଫ)ର ସଦସ୍ୟମାନେ ଦେବଦୂତ ସାଜି ରକ୍ତଦାନ କରିବାକୁ ଆଗେଇ ଆସିଛନ୍ତି ।

hiring

ବୌଦ୍ଧ ରକ୍ତ ଭଣ୍ଡାରରେ ଆଜି ସେମାନେ ୨୦ ୟୁନିଟ ରକ୍ତ ପ୍ରଦାନ କରିଛନ୍ତି । ଅପ୍ରେଲ ୨୦ ତାରିଖ ପରେ ଆଉଥରେ ପୁଣି ରକ୍ତଦାନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ସେହିପରି ରକ୍ତଦାନ ସାରି ଫେରୁଥିବା ସମୟରେ ଚାରଛକଠାରେ କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କୁ ସଂଘ ପକ୍ଷରୁ ଛତା ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଏଆଇୱାଇଏଫର ରାଜ୍ୟ ସଂପାଦକ ଅବକାଶ ସାହୁ, ବିରେନ ପ୍ରଧାନ, ଜୟନ୍ତ ଦେହୁରୀ, ସୁଶାନ୍ତ ରାଉତ, ଡମ୍ବରୁଧର ସାହୁ, ପ୍ରକାଶ ବେହେରା, ସମ୍ବିତ କ୍ଷେତି, ମାନସ ବାରିକ ପ୍ରମୁଖ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

5 × two =