ବ୍ରହ୍ମପୁର,ଯାଜପୁର ଓ କେନ୍ଦୁଝରରେ କାର୍ଯ୍ୟକ୍ଷମ ହେଲା ସ୍ୱତନ୍ତ୍ର କୋଭିଡ୍‌-୧୯ ହସ୍ପିଟାଲ

0 134

ଭୁବନେଶ୍ୱର: ୨୦୦ ଶଯ୍ୟା ବିଶିଷ୍ଟ ଗଞ୍ଜାମ ଜିଲ୍ଲା ଶିତଳାପଲ୍ଳୀ କୋଭିଡ୍‌-୧୯ ହସ୍ପିଟାଲ ଆଜି ଲୋକାର୍ପିତ ହୋଇଛି । ଟାଟାଷ୍ଟିଲ୍ ମେଡ଼ିକା ହସ୍ପିଟାଲକୁ ଗଂଜାମ ଜିଲ୍ଲପାଳ ଲୋକାର୍ପିତ କରିଥିଲେ । କରୋନା ପୀଡ଼ିତଙ୍କ ପାଇଁ ଆଜିଠାରୁ ଉତ୍ସର୍ଗିକୃତ ସେବା ଯୋଗାଇବେ । ଡାକ୍ତର, ସେବିକା, ଏଥିପାଇଁ ପ୍ରସ୍ତୁତ ରହିଥିବା ବେଳେ ଏଠାରେ ଭେଣ୍ଟିଲେଟର ଆଇସୋଲେସନ ସୁବିଧା ଉପଲବ୍ଧ ରହିଛି ।

hiring

ସେହିପରି, ଯାଜପୁର ଜିଲ୍ଲାର ଡୁବୁରିଠାରେ ଥିବା ଟାଟା ସ୍ୱତନ୍ତ୍ର ହସ୍ପିଟାଲକୁ ସ୍ୱତନ୍ତ୍ର କୋଭିଡ୍‌-୧୯ ହସ୍ପିଟାଲରେ ରୂପାନ୍ତରିତ କରାଯାଇଛି । ଯାଜପୁର ଜିଲ୍ଲାପାଳ ଏହି ହସ୍ପିଟାଲକୁ ଉଦ୍‌ଘାଟନ କରିଛନ୍ତି । ଏହି ହସ୍ପିଟାଲରେ ମୋଟ ୧୫୦ଟି ଶଯ୍ୟା ରହିଥିବା ବେଳେ ୨୫ଟି ଆଇସିୟୁ, ୧୦ଟି ଭେଣ୍ଟିଲେଟର କାର୍ଯ୍ୟ କରୁଛି । ସ୍ୱତନ୍ତ୍ର କରୋନା ହସ୍ପିଟାଲରେ କେବଳ କରୋନା ରୋଗୀଙ୍କର ଚିକିତ୍ସା କରାଯିବ । ଏଥିରେ ନିୟୋଜିତ ଡାକ୍ତର ଓ ନର୍ସ ତଥା ସ୍ୱାସ୍ଥ୍ୟକର୍ମୀ ଅନ୍ୟ ରୋଗୀଙ୍କର ଚିକିତ୍ସା କରିବେ ନାହିଁ ।

ସେହିପରି କେନ୍ଦୁଝର ଜିଲ୍ଲା ଯୋଡାଠାରେ ୫୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକ୍ଷମ କରାଯାଇଛି ।ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟରେ ୪୮ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ପ୍ରଥମ ଓ ଦ୍ୱିତୀୟ ନମ୍ବର ପଜିଟିଭ୍ ଚିହ୍ନଟ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି । ବାକି ୪୫ ଜଣ ରାଜ୍ୟର ବିଭିନ୍ନ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

hiranchal ad1
Leave A Reply

Your email address will not be published.

five × 4 =