ଦେବଦୂତ ସାଜିଲେ ଓମ୍ ପ୍ରକାଶ : ଡାକ୍ତରଖାନାରେ ଭର୍ତ୍ତି ହେଲେ ଅସୁସ୍ଥ ସନାତନ

0 1,520

ବୌଦ୍ଧ : ବୌଦ୍ଧ ଜିଲ୍ଲା ଗୁନ୍ଦୁଳିଆ ଗ୍ରାମ ପଞ୍ଚାୟତର ଖମାର ଗ୍ରାମରୁ ଦାଦନ ଖଟିବାକୁ ଯାଇ ବ୍ରେନ ଟ୍ୟୁମର ରୋଗରେ ଆକ୍ରାନ୍ତ ସନାତନ ମଲ୍ଲିକକୁ କୋଏମ୍ବାଟୁର ଜିଲ୍ଲା ପ୍ରଶାସନ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛି । ଦୁଇ ଦିନ ତଳେ ସନାତନ ଗୁରୁତର ଅସୁସ୍ଥ ଥିବା ନେଉ ସାଙ୍ଗରେ ଥିବା ଅନ୍ୟ ସହଯୋଗୀମାନେ ସହାୟତା ଦାବି କରି ଏକ ଭିଡିଓ ପଠାଇଥିଲେ । ଭିଡିଓଟି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ସହ ଦୈନିକ ହୀରାଞ୍ଚଳରେ ଖବର ପ୍ରକାଶ ପାଇଥିଲା । ସେମାନେ ସନାତନକୁ ସହାୟତା କରିବା ପାଇଁ ଓଡିଶା ସରକାର, କଣ୍ଟାମାଳ ବିଧାୟକ ଓ ଜିଲ୍ଲାପାଳ ବୌଦ୍ଧ୍‌କୁ ଭିଡିଓରେ ଆକୁଳ ନିବେଦନ କରିଥିଲେ । ସନାତନକୁ ସାହାଯ୍ୟ କରିବା ପାଇଁ ଖବର ପାଇ ଆଗେଇ ଆସିଥିଲେ ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଂପାଦକ ତଥା କଣ୍ଟାମାଳର ସ୍ଥାୟୀ ବାସିନ୍ଦା ସମାଜସେବୀ ଓମ୍ ପ୍ରକାଶ ମିଶ୍ର । ସନାତନକୁ ଚିକିତ୍ସା ସହାୟତା ଯୋଗାଇ ଦେବାପାଇଁ ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ଆରମ୍ଭ କରି ସେଠାକାର ଜିଲ୍ଲାପ୍ରଶାସନ ଯାଏଁ ଶ୍ରୀ ମିଶ୍ର ଅନୁରୋଧ କରିଥିଲେ ।

hiring

କୋଏମ୍ବାଟୁରରେ ଫସିଥିବା ବୌଦ୍ଧର ଶ୍ରମିକମାନେ ତାମିଲ ଓ ଇଂରାଜୀ ଭାଷା ବୁଝିବାରେ କି କହିବାରେ ସକ୍ଷମ ହୋଇନଥିବାରୁ ଯୋଗାଯୋଗରେ ଫାଙ୍କ ରହିଯାଇଥିଲା । ଗତକାଲି ଶ୍ରୀ ମିଶ୍ର ପୁନର୍ବାର କୋଏମ୍ବାଟୁର ଜିଲ୍ଲା ପ୍ରଶାସନ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରି ସନାତନର ଚିକିତ୍ସା ପାଇଁ ଅନୁରୋଧ କରିଥିଲେ । ସ୍ଥାନୀୟ ତହସିଲଦାର ଓ ଏକ ମେଡିକାଲ ଟିମ୍ ଆସି ପ୍ରଥମେ ସନାତନର ସ୍ୱାସ୍ଥ୍ୟ ପରୀକ୍ଷା କରି ଗୁରୁତର ଅସୁସ୍ଥ ଥିବା ଜାଣିବା ପରେ ଆମ୍ବୁଲାନ୍ସର ଯୋଗେ ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲେ । ଶ୍ରୀ ଓମ୍ ପ୍ରକାଶ ମିଶ୍ରଙ୍କ ଏଭଳି ଉଦାହତା ଓ ସହାୟତା ଯୋଗୁଁ ପ୍ରବାସରେ ଥିବା ଏକ ଦାଦନ ଶ୍ରମିକର ଚିକିତ୍ସା ସୁବିଧା ଉପଲବ୍ଧ ହୋଇ ପାରିଥିବାରୁ ତାଙ୍କର ଏହି ମହତ କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଉଛି ।

hiranchal ad1
Leave A Reply

Your email address will not be published.

1 × 4 =