ଡିଏଲଓଙ୍କ ଲିଖିତ ପ୍ରତିଶୁତି ପରେ ନିର୍ମାଣ ଶ୍ରମିକଙ୍କ ଧାରଣା ୦୩ ଡିସେମ୍ବର ଯାଏଁ ସ୍ଥଗିତ

0 89

ବୌଦ୍ଧ ,୩୦/୧୧- ବୌଦ୍ଧଜିଲ୍ଲାରେ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ବହୁବିଦ୍ଧ ସମସ୍ୟା ଯଥା ଶିକ୍ଷା, ବିବାହ, ମୃତ୍ୟୁକାଳୀନ ସହାୟତା, ପ୍ରସୂତି କାଳୀନ ସହାୟତା ପ୍ରଭୃତି ପ୍ରଦାନ କ୍ଷେତ୍ରରେ ଦୀର୍ଘବର୍ଷଧରି ଦେଖାଯାଇଥିବା ଶିଥିଳତା ପ୍ରତିବାଦରେ ଆଜି ବିଭିନ୍ନ ଶ୍ରମିକ ସଂଗଠନ ଗୁଡିକୁ ନେଇ ଗଠିତ ନିର୍ମାଣ ଶ୍ରମିକ ସମନ୍ୱୟ ସମିତି ପକ୍ଷରୁ ଗଣଧାରଣା ଦିଆଯାଇଥିଲା । ଅନିର୍ଦ୍ଧିଷ୍ଟ କାଳଯାଏଁ ଚାଲିବାକୁଥିବା ଧାରଣା ବହୁ ଆଲୋଚନାପରେ ଅପରାହ୍ନ ୦୫ଘଟିକା ସମୟରେ ୩ଦିନ ମଧ୍ୟରେ ସମସ୍ତ ଦାବୀ ପୂରଣ ହେବ ବୋଲି ଜିଲ୍ଲା ଶ୍ରମଧିକାରୀଙ୍କ ଲିଖିତ ପ୍ରତିଶୃତି ପରେ ୦୩ ଡିସେମ୍ବର ଯାଏଁ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି । ଯଦି ପ୍ରତିଶୃତି ପୂରଣରେ ବିଫଳ ହୁଅନ୍ତି ତାହେଲେ ୦୪ଡିସେମ୍ବରରୁ ପୁନଶ୍ଚ ଗଣଧାରଣା ଜାରି ରହିବ ବୋଲି ନିର୍ମାଣ ଶ୍ରମିକ ୟୁନିଅନ ସମନ୍ୱୟ ସମିତି ପକ୍ଷରୁ ଘୋଷଣା କରାଯାଇଛି ।

hiring

ଆଜିର ଗଣଧାରଣାରେ ଏଆଇଟିୟୁସି ପକ୍ଷରୁ ଶ୍ରମିକ ନେତା ତଥା ୦୯ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ ଏଚଏମଏସ ପକ୍ଷରୁ ଅର୍ଜୁନ ରଣା ବିଏମଏସ ପକ୍ଷରୁ ଲୋକନାଥ ଶତପଥି ଗ୍ରାମୀଣ ମଜଦୁର ସଭା ପକ୍ଷରୁ ରୀନା ଗିରି ବିଡିସିଏସଡବ୍ଲୁ ପକ୍ଷରୁ ବାଲ୍ମିକୀ ମହାକୁଡ, ମା’ଦୁର୍ଗା ଶ୍ରମିକ ସଂଘ ପକ୍ଷରୁ ଅନୀଲ ବେହେରା, ଆଇଏନଟିୟୁସି ପକ୍ଷରୁ ପ୍ରଭାତ ମଟାଲି, ଅନୀଲ ରଥ, ସୁବାସ ସୁନା ପ୍ରମୁଖଙ୍କ ନେତୃତ୍ୱରେ ପ୍ରାୟ ତିନିଶହରୁ ଉଦ୍ଧ୍ୱର୍ ଶ୍ରମିକ ଏହି ଆନ୍ଦୋଳନରେ ଯୋଗଦେଇଥିବା ବେଳେ ଏହାକୁ ସମର୍ଥନ କରି ସିପିଆଇ ଜିଲ୍ଲା ସମ୍ପାଦକ ପ୍ରଦୀପ ମହାକୁଡ କୃଷକ ନେତା ସୂର୍ଯ୍ୟନାରାୟଣ ମହାପାତ୍ର ପ୍ରମୁଖ ସମର୍ଥନ ଘୋଷଣା କରି ଆନ୍ଦୋଳନରେ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

sixteen + 3 =