ସଡ଼କ ସୁରକ୍ଷା ସମ୍ପର୍କିତ ( ରକ୍ଷକ) ତାଲିମ ଶିବିର ଅନୁଷ୍ଠିତ

0 51

ବୌଦ୍ଧ,୩୦/୧୧- ବୌଦ୍ଧ ଜିଲ୍ଲାର ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବୀରନରସିଂପୁର ଉଚ୍ଚ ବିଦ୍ୟାଳୟରେ (ରକ୍ଷକ) ପ୍ରକଳ୍ପର ପ୍ରଥମ ପ୍ରତିକ୍ରିୟାଶୀଳ ବ୍ୟକ୍ତିବିଶେଷଙ୍କୁ ନେଇ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଦୁର୍ଘଟଣାରେ ଆହତ ହେବାର ପ୍ରଥମ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ତୁରନ୍ତ ପ୍ରାଥମିକ ଚିକିତ୍ସା କରାଗଲେ ୫୦ ଭାଗ ମୃତ୍ୟୁହ୍ରାସ ପାଇବା ସମ୍ଭାବନା ରହିଛି । ଏଥିନିମନ୍ତେ ଫାଷ୍ଟ ରେସପଣ୍ଡର (ସ୍ୱେଚ୍ଛାସେବୀ ) ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଦୁର୍ଘଟଣାରେ ଆହତ ବ୍ୟକ୍ତି ପ୍ରାଥମିକ ଚିକିତ୍ସା ପ୍ରଦାନ, ଡାକ୍ତରଖାନାରେ ତୁରନ୍ତ ଭର୍ତ୍ତି ନିମନ୍ତେ ସହାୟତା କରିବାପାଇଁ ଉପସ୍ଥିତ ଫାଷ୍ଟ ରେସପଣ୍ଡର୍‌ ମାନଙ୍କୁ ତାଲିମ ପ୍ରଦାନ ନିହାତି ଆବଶ୍ୟକ ଅଟେ । ଏମାନଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟ ପ୍ରତି ଆକୃଷ୍ଟ କରିବାପାଇଁ ଏହି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଦୁର୍ଘଟଣା ଆଶଙ୍କାଥିବା ସ୍ଥାନ ନିକଟସ୍ଥ ଏବଂ ରାସ୍ତାପାର୍ଶ୍ୱରେ ଥିବା ଢାବା ଗ୍ୟାରେଜ, ଚା ଓ ପାନ ଦୋକାନରେ କାର୍ଯ୍ୟରତ ଏବଂ ସେବା ମନୋବୃତ୍ତି ଥିବା ବ୍ୟକ୍ତିକ୍ନୁ ନେଇ ତାଲିମ ଶିବିର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଅଙ୍କୁର ଶର୍ମା, ଦିଲ୍ଲୀପ କୁମାର ପ୍ରଧାନ ସଂଯୋଜକ ନୂଆଦିଲ୍ଲୀ, ପର୍ଯ୍ୟବେକ୍ଷକ ଭାବେ ଆଞ୍ଚଳିକ ପରିବହନ ଅଧିକାରୀ ଅମରେଶ ପାତ୍ର, ଏମଭିଆଇ ପ୍ରମୋଦ କୁମାର ସିଂହ, ପ୍ରବୀର କୁମାର ଦାସ ପ୍ରମୁଖ ଯୋଗଦାନ କରିଥିଲେ । ପ୍ରଶିକ୍ଷକ ଭାବର ମାଷ୍ଟର ଟ୍ରେନର ମାନସ ରଞ୍ଜନ ଧଳ, ନବ କିଶୋର ଦୀପ ,ଶ୍ରୀଯୁକ୍ତ ଯୋଶୀ ,ସଦାଶିବ ଜେନା ପ୍ରମୁଖ ତାଲିମ ପ୍ରଦାନ କରି ଏହି ପ୍ରକଳ୍ପର ସଫଳ ରୂପାୟନ ପାଇଁ ବିସ୍ତୃତ ଆଲୋଚନା କରିଥିଲେ ।

hiranchal ad1
Leave A Reply

Your email address will not be published.

four × 2 =