ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପୋଲିସ କନଷ୍ଟେବଲଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

0 58

ଗଞ୍ଜାମ : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର କନଷ୍ଟେବଲ ସୁଦର୍ଶନ ପ୍ରଧାନଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି କରାଯାଇଥିବା ସୂଚନା ମିଳିଛି । କନଷ୍ଟେବଲ ସୁଦର୍ଶନଙ୍କ ବିରୋଧରେ ହୋଇଥିବା ଅଭିଯୋଗ ପ୍ରକାରେ, ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ତିନିଟି ସ୍ଥାନରେ ଚଢ଼ାଉ କରାଯାଇଥିବା ଖବର ମିଳିଛି । ତେବେ ଏହି ଚଢ଼ାଉରେ ଜଣେ ଅତିରିକ୍ତ ଏସପି, ଦୁଇ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ସମେତ ଭିଜିଲାନ୍ସ ଟିମ୍‌ ବ୍ରହ୍ମପୁର ସଦରଥାନା ଅନ୍ତର୍ଗତ ଲୋଚାପଡା ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ଏକ ତିନି ମହଲା ବିଶିଷ୍ଟ ଆବାସିକ କୋଠା,ସେହିପରି ନିମଖଣ୍ଡିରେ ଅବସ୍ଥିତ କୋଠା ଏବଂ ଭଞ୍ଜନଗର ଥାନା ଅନ୍ତର୍ଗତ ଗାମୁଣ୍ଡି ଗାଁରେ ଥିବା ପୈତୃକ ଘରେ ଚଢ଼ାଉ କରୁଛନ୍ତି । ବ୍ରହ୍ମପୁରର ସ୍ପେସାଲ୍‌ ଭିଜିଲାନ୍ସ ଜଜଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟର ଆଦେଶ ବଳରେ ଚଢ଼ାଉ କରାଯାଉଥିବାର ସୂଚନା ରହିଛି । ବର୍ତ୍ତମାନ ସୁଦ୍ଧା କନଷ୍ଟେବଲ ସୁଦର୍ଶନ ପ୍ରଧାନଙ୍କ ଘରୁ ନଗଦ ୫ ଲକ୍ଷ ୧୬ ହଜାର ୮୮୦ ଟଙ୍କା ଜବତ ହୋଇଥିବା ବେଳେ ସୁନା ଇନ୍ସୁରାନ୍ସ ପେପର୍‌ ,ବ୍ୟାଙ୍କ୍‌ ପାସ ବୁକ୍‌, ବଣ୍ଡ୍‌ ପେପର୍‌, ଲୋନ୍‌ ବୁକ୍‌, ବିଭିନ୍ନ ଆବଶ୍ୟକ ଦରକାର କାଗଜପତ୍ର ମଧ୍ୟ ଜବତ କରାଯାଇ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ।ତେବେ କନଷ୍ଟେବଲ ପ୍ରଧାନ ବର୍ତ୍ତମାନ ବିଜୁପୁର ପୋଲିସ ଫାଣ୍ଡିରେ ରାତ୍ରି କାଳୀନ ଡ୍ୟୁଟି କରୁଥିବା ବେଳେ ପ୍ଲଟିଂ କିଣା ବିକା ଲାଇନରେ ମାହିର ଅଟନ୍ତି ।

hiranchal ad1
Leave A Reply

Your email address will not be published.

eighteen + seven =