ସେନାରେ ଯୋଗ ଦେଇଥିବା ଦୁଇ ଯବାନଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

0 414

ପାଟଣାଗଡ : ପାଟଣାଗଡ଼ ବ୍ଳକ ମରୁଆଁ ପଞ୍ଚାୟତ ଝୁଲେନବର ଗ୍ରାମର ରୁଦ୍ରମଣୀ ନାଗ ଓ ଉର୍ମଳା ନାଗଙ୍କ ସୁଯୋଗ୍ୟ ସନ୍ତାନ ଆଶିଷ କୁମାର ନାଗ ଏବଂ କେଶବ ଥନପତି ଓ ମଞ୍ଜୁଳାଙ୍କ ସୁଯୋଗ୍ୟ ସନ୍ତାନ ଜ୍ୟୋତିରଂଜନ ଥନାପତି ଭାରତୀୟ ସେନାରେ ଯୋଗ ଦେବା ପରେ ଗ୍ରାମରେ ଉତ୍ସହ ପ୍ରକାଶ ପାଇଛି ।୨୦୧୭/୧୮ ଜେଡି ପରିକ୍ଷା ରେ ଉତ୍ତୀନ୍ନ ହୋଇ ଆଶିଷ ଓ ଜ୍ୟୋତିରଞ୍ଜନ ସିଆରପିଏଫ୍‌ ଯୋଗଦେଇ ଟ୍ରେନିଂ ଚେନ୍ନାଇରେ ସାରି ଆଜି ନିଜ ଗ୍ରାମ ଝୁଲେନବରକୁ ଫେରିଥିଲେ । ଗୋଟିଏ ଗ୍ରାମରୁ ଦୁଇ ଜଣ ଯବାନ ଭାବେ ଯୋଗଦେଇ ଥିବା ଯୋଗୁ ଦେଶ ମାତୃକାର ସେବା କରିବାର ଗ୍ରାମ ସୁଯୋଗ୍ୟ ସନ୍ତାନ ପାଇବାର ଖୁସିରେ ଆଜି ଗ୍ରାମବାସୀ ଖୁବ ମସଗୁଲ ଥିଲେ । ଦୁଇ ଯବାନ ପାଟଣାଗଡ଼ ପହଞ୍ଚିବା ପରେ ପ୍ରଥମେ କଲେଜ୍‌ ଛକ୍‌ରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ନିଜ ଜନ୍ମମାଟି ଝୁଲେନବର ଗ୍ରାମର ଧବଳେଶ୍ୱର ଯୁବା ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ସହ ଗ୍ରାମରେ ବଜା ସହ ଗ୍ରାମର ସମସ୍ତ ଗ୍ରାମବାସୀ ସ୍ୱାଗତ କରିଥିଲେ । ଏଥିରେ ଯୁଧିଷ୍ଠିର ମିର୍ଦ୍ଧା, ରିଙ୍କୁ ନାଗ, ଭଗବାନ,ଖୁସି, ଆନନ୍ଦ, ବିଭୁ ଦତ୍ତ, କାହ୍ନା, କାର୍ତ୍ତିକ,ଶିବା, ପରମାନନ୍ଦ, ଭୋଳା,ବିର, ଭାଗ୍ୟବତୀ, ରୀତି, ଜ୍ୟୋତି, ଇତି,ତୃପ୍ତି, ହିରନ୍ୟ,ମିଳୁ, ଓ ଶେଷରେ ଦେବବ୍ରତ, ମନୁ, ଅନୁମଣି, ପ୍ରଦୀପ ବାଗ୍‌ , ଗ୍ରାମ ର ଗନ୍ତିଆ ପ୍ରକାଶ ସିଂହ, ମଣ୍ଟୁ ମିର୍ଦ୍ଧା ଶେଷ ସମ୍ବର୍ଦ୍ଧନା ଜଣାଇଥିଲେ ।

hiranchal ad1
Leave A Reply

Your email address will not be published.

four × 4 =