ମା ବ୍ୟାଘ୍ରଦେବୀ ଦଳପତି ଖଣ୍ଡାୟତ ସମାଜ କନ୍ଧମାଳର ସାଧାରଣ ସଭା

0 116

ଫୁଲବାଣୀ: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଳକ ଜାଲିପେନୁ ନଦୀ ରାଇକିଆ ଛକଠାରେ ମା ବ୍ୟାଘ୍ରଦେବୀ ଦଳପତି ଖଣ୍ଡାୟତ ସମାଜ କନ୍ଧମାଳର ସାଧାରଣ ସଭା କମିଟିର ସଭାପତି ବିଭୂତି ଭୁଷଣ ଦଳପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କରାଯାଇଥିଲା । ସଭାରେ ମୁଖ୍ୟ ଅତିଥି ଭାବେ ଆଇନଜୀବି ତଥା ସମାଜସେବୀ ସତ୍ୟ ନାରାୟଣ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ମା ମଙ୍ଗଳା ପୂଜାରୀ ଖଣ୍ଡାୟତ ସମାଜ ବାଲିଗୁଡା କନ୍ଧମାଳର ସଭାପତି ଶ୍ୱେତାବନ ପୂଜାରୀ ଉପସ୍ଥିତ ଥିଲେ । ସଭାରେ ଦୀର୍ଘଦୀନ ହେଲା ସମାଜ ଅବହେଳିତ ହୋଇ ପଡିଥିବାରୁ ଉପସ୍ଥିତ ସମସ୍ତ ସଦସ୍ୟ କ୍ଷୋଭ ପ୍ରକାଶ କରିଥିବା ବେଳେ ସମାଜରୁ କୁସଂସ୍କାର ଦୂର କରିବା, ନିଶା ନିବାରଣ, ଶିକ୍ଷା, ନାରୀଶିକ୍ଷା ଇତ୍ୟାଦିକୁ ବିଭିନ୍ନ ସଭା ମାଧ୍ୟମରେ ସଚେତନତା ସୃଷ୍ଟି କରିବାକୁ ସର୍ବ ସମ୍ମତି କ୍ରମେ ଗୃହିତ ହୋଇଥିଲା । ସମ୍ମାନୀତ ଅତିଥି ଶ୍ରୀ ପୂଜାରୀ ଏକତା ବଜାଇ ରଖିବା ସହ ସମାଜରେ ସମାସ୍ତ ପରିବାର ଯୋଗଦେଇ ଜିଲ୍ଲା ମଧ୍ୟରେ ଥିବା ଦଳପତି ସଂପ୍ରଦାୟକୁ ଏକଜୁଟ କରିବାକୁ ପରାମର୍ଶ ଦେଇଥିଲେ ଓ ସମାଜର କମିଟି ସରକାରଙ୍କ ନିକଟରେ ପଞ୍ଜିକରଣ ନିମନ୍ତେ ଅନୁରୋଧ କରିଥିଲେ । ମୁଖ୍ୟ ଅତିଥି ଆଇନଜୀବୀ ସତ୍ୟ ନାରାୟଣ ବେହେରା ପ୍ରଥମେ ନିଜର ବିଚାରକୁ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଥିଲେ । ବିଚାର ପରିବର୍ତ୍ତନ ହେଲେ ସମାଜର କୁସଂସ୍କାର ଦୂର ହୋଇପାରିବ, ଶିକ୍ଷା, ସ୍ୱାସ୍ଥ୍ୟରେ ଉନ୍ନତି ହେବ, ସମାଜରେ ଅନ୍ଧ ବିଶ୍ୱାସ ଓ ଅସ୍ପୃଶ୍ୟତା ପରି ସାମାଜିକ ବ୍ୟଧି ମଧ୍ୟ ଦୂର ହୋଇପାରିବ ଏବଂ ସମାଜ କମିଟି ପଞ୍ଜିକରଣ ନିମନ୍ତେ ବିଧି ନିୟମ ପ୍ରସ୍ତୁତ କରି ଜିଲ୍ଲା ପ୍ରଶାସନକୁ ଯିବାକୁ ପରାମର୍ଶ ଦେଇଥିଲେ । ସଭାରେ ଉପସଭାପତି ମୁକୁନ୍ଦ ଦଳପତି, ସାଧାରଣ ସମ୍ପାଦକ ସୀତାରାମ ଦଳପତି ସହ ସମ୍ପାଦକ ବିରଂଚି ଦଳପତି, ଉପଦେଷ୍ଟା ମୁଗ୍ରୀ ଦଳପତି, ରଜନୀ ଦଳପତି, ଧନଞ୍ଜୟ ଦଳପତି, ଗୁପ୍ତେଶ୍ୱର ଦଳପତି, ସୂଚଳ ଦଳପତି, ନିଜନିଜର ବକ୍ତବ୍ୟରେ ସମାଜକୁ ସୁଦୃଢ଼ କରିବାକୁ ଆହ୍ୱାନ କରିଥିଲେ ଶେଷରେ କୋଷାଧ୍ୟକ୍ଷ ଅଭିରାମ ଦଳପତି ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

20 + fourteen =