ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ୱର୍ଦ୍ଧନା

0 241

ବୌଦ୍ଧ,୩୦/୧୧- ବୌଦ୍ଧ ବ୍ଲକ ଅନ୍ତର୍ଗତ ବହିରା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ପ୍ରଧାନଶିକ୍ଷକ ସୁଦାମ ଶେଖର ପୁରୋହିତ ଆଜି ତାଙ୍କ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ବହିରା ଆଞ୍ଚଳିକ ସାଧନକେନ୍ଦ୍ର ତରଫରୁ ଜୁରାମୁଣ୍ଡା ସରକାରୀ ଉଚ୍ଚପ୍ରାଥମିକ ପରିସରରେ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଜୁରାମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରବୀର କୁମାର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବହିରା ହାଇସ୍କୁଲ ଶିକ୍ଷକ ଦେଶବନ୍ଧୁ ମହାକୁଳ, ସିଆରସିସି ତୋଷଣ କୁମାର ମହାକୁଳ, ବିଦାୟୀ ହେବାକୁ ଥିବା ପ୍ରଧାନଶିକ୍ଷକ ସୁଦାମ ଶେଖର ପୁରୋହିତ ମଞ୍ଚାସିନ ରହି ଅତିଥିଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଶିରୀଶ କୁମାର ଗାଈଗୌରିଆ, ଗଣ୍ଡାରାମ ସାହୁ, ହାଡିବନ୍ଧୁ ସାହୁ, ଶାନ୍ତନୁ କୁମାର ଭୁକ୍ତା, ରଘୁନାଥ ମେହେର, ହିମାଂଶୁ ଶେଖର ବିଶି, ଶଙ୍କର୍ଷଣ ହାତୀ ଓ ବହିରା ଉଚ୍ଚପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ବିଜ୍ଜୟିନୀ ପାତ୍ର ବିଦାୟୀ ଶିକ୍ଷକଙ୍କ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ବିଶ୍ୱମୋହନ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଲୋହିତ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଦାୟୀ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପୁରୋହିତଙ୍କୁ ମାନପତ୍ର, ଉପଢୌକନ ଓ ବିଭିନ୍ନ ସୌଖିନ ଉପକରଣ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବହିରା କ୍ଲଷ୍ଟରର ପ୍ରାୟ ୪୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଏହିସଭାରେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

eighteen − 2 =