ପ୍ରାଥମିକ ଶିକ୍ଷକ ସଂଘର ୩ ଦଫା ଦାବି ପତ୍ର ପ୍ରଦାନ

0 245

ବୌଦ୍ଧ,୧୯/୧୧- ବୌଦ୍ଧ ବ୍ଲକ ପ୍ରାଥମିକ ଶିକ୍ଷକ (ଏନପିଏସ) ସଂଘର ସଭାପତି ରାଜକୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ବୌଦ୍ଧ ଟାଉନହଲ ଠାରୁ ବାହାରି ବିଇଓଙ୍କୁ ୩ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରତ୍ୟେକ ସୋପାନରେ ରାଜ୍ୟସରକାରଙ୍କ ପାତରଅନ୍ତର ଓ ସଂଘ ବିଭାଜନ ନୀତି ଯୋଗୁଁ ପ୍ରାଥମିକ ଶିକ୍ଷକ ସବୁବେଳେ ଉପେକ୍ଷିତ ହୋଇଆସିଛି । ଗୁଣାତ୍ମକ ଶିକ୍ଷା ନାମରେ ଉଚ୍ଚଶିକ୍ଷିତ ତାଲିମପ୍ରାପ୍ତ ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଶୋଷଣ କରୁଛନ୍ତି । ଚଳିତ ଅକ୍ଟୋବର ୧୬ରେ ରାଜ୍ୟ ସରକାର ଘୋଷଣା କରଥିବା ଚିଠି ଅନୁଯାୟୀ ୨୦୦୧ ମସିହା ଠାରୁ ଆଜିପର୍ଯ୍ୟନ୍ତ ନିଯୁକ୍ତି ଥିବା ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଉପେକ୍ଷିତ ଏହାର ଏକ ଜ୍ୱଳନ୍ତ ଉଦାହରଣ । ତେଣୁ ଏହାର ସମାଧାନ ପାଇଁ ସଂଘ ବିଇଓଙ୍କ ଜରିଆରେ ସମ୍ମାନୀୟ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ ୫ଟି ସଚିବଙ୍କୁ ୩ଦଫା ଦାବିପତ୍ର ପ୍ରଦାନ କରିଛି । ଯଥାଶୀଘ୍ର ଏହାର ପ୍ରତିକାର ନ ହେଲେ ଆସନ୍ତା ୨୭ ତାରିଖରେ ବିଧାନସଭା ଘେରାଉ କରାଯିବ ବୋଲି ରାଜ୍ୟ ସଂଘ ଜଣାଇ ସାରିଛନ୍ତି । ଅନର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବା ଯୋଗୁଁ ବିଦ୍ୟାଳୟ ସ୍ତରରେ ଶିକ୍ଷା ବିପର୍ଯ୍ୟସ୍ତ ହେଲେ ସରକାର ହିଁ ଦାୟୀ ରହିବେ । ଏଣୁ ରାଜ୍ୟ ସରକାରଙ୍କ ପ୍ରାଥମିକ ଶିକ୍ଷକ ମାରଣ ନୀତିକୁ ରାଜ୍ୟସଂଘ ଉପସଭାପତି ଶମ୍ଭୁ ଗିରି, ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଦିଲୀପ କୁମାର ପ୍ରଧାନ, ଜ଼ିଲ୍ଲା ସାଧାରଣ ସମ୍ପାଦକ ମହେଶ ସେଠି , ବ୍ଲକ ସାଧାରଣ ସମ୍ପାଦକ ଉତ୍ତମ ନାଏକ, କାର୍ଯ୍ୟକାରି ସଭାପତି ରଂଜିତା ମିଶ୍ର ତୀବ୍ର ବିରୋଧ କରିବା ସଙ୍ଗେ ସଙ୍ଗେ ଉପଯୁକ୍ତ ଦାବି ପୂରଣ ନ ହେଲେ ଆସନ୍ତା ୨୭ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବିଧାନସଭା ଘେରାଉ କରାଯିବ ବୋଲି ମତ ପ୍ରକାଶ କରଥିଲେ । କାର୍ଯ୍ୟକ୍ରମରେ ଜ଼ିଲ୍ଲା ସଂଘ ଉପସଭାପତି ବସନ୍ତ ବିଶ୍ୱାଳ, ବ୍ଲକ ଉପସଭାପତି ଅଶୋକ ଘିବେଲା, ଅନ୍ୟାନ୍ୟ କର୍ମକର୍ତ୍ତା ରେଣୁପ୍ରଭା ବେହେରା, ବିଜୟିନୀ ପାତ୍ର, ଜଗଦୀଶ ମଳିକ, ବିଜୟ ଭୋଇ, ସନ୍ତୋଷ କର୍ଣ୍ଣ, ସ୍ୱାଧୀନ ପ୍ରଧାନ, ରଶ୍ମି ରଞ୍ଜନ ଦାସ, ଅଯତ୍ନ ଲୁହା ରସିତା ରାଣୀ ସିଂ, ଶୁଭସ୍ମିତା ମେଣ୍ଡିଲି, ନିରଞ୍ଜନ ମେହେର, ଅନାଦି ବେହେରା, ସନ୍ତୋଷ ଶତପଥୀ, ସଞ୍ଜୟ ଦେହୁରୀ, ତୋଷଣ ମହାକୁଡ଼, ଶେଷଦେବ ପ୍ରଧାନ, ସୌମିତ୍ରୀ କର୍ଣ୍ଣ ପ୍ରମୁଖ ଉପସ୍ଥିତ ଥାଇ ଶୋଭାଯାତ୍ରାକୁ ସଫଳ କରିଥିଲେ ।

hiranchal ad1
Leave A Reply

Your email address will not be published.

two × three =