ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢାଇଲେ ଟାକରା ସରପଞ୍ଚ

0 476

ଦଶପଲ୍ଲା,୧୯/୧୧: – ଗତକାଲି ଅପରାହ୍ନ ୨ ଘଟିକା ସମୟରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଟାକରା ଗ୍ରାମପଂଚାୟତ ବୁଗୁଡା ଗ୍ରାମର ଚିତ୍ରସେନ ଭୋଇଙ୍କ ଘରେ ଆକସ୍ମିକ ଭାବରେ ନିଆଁ ଲାଗି ୪ ବଖରା ଘର ପୋଡିଯିବା ସହିତ ସମସ୍ତ ଆସବାବପତ୍ର , ଗଚ୍ଛିତ ଥିବା ଖାଦ୍ୟ ସାମଗ୍ରୀ ମଧ୍ୟ ପୋଡି ପାଉଁଶ ହୋଇଯାଇଥିଲା । ଏ ଖବରପାଇ ଟାକରା ଗ୍ରାମପଂଚାୟତର ଯୁବ ସରପଞ୍ଚ ମଦନ କୁମାର ଜାନୀ, ଅଗ୍ନିବିପନ୍ନ ପରିବାରଙ୍କ ଘରେ ପହଞ୍ଚିି ସମବେଦନା ଜଣାଇବା ସହିତ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି । ଖୁବ୍‌ ଶୀଘ୍ର ତାଙ୍କୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପ୍ରତିଶୃତି ମଧ୍ୟ ଦେଇଛନ୍ତି । ସରପଞ୍ଚଙ୍କ ଉଦ୍ୟମକ୍ରମେ ଆଜି ନେଳିଗୋଡା ରାଜସ୍ୱ ନୀରିକ୍ଷକ ଅଗ୍ନିବିପନ୍ନଙ୍କ ଘରେ ପହଞ୍ଚି ସରଜମିନ ତଦନ୍ତ କରି କ୍ଷୟକ୍ଷତିର ଆକଳନ କରିଥିଲେ ଓ ରହଣି ପାଇଁ ଜରିପାଲ ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

three × four =