‘ଦମନ’ ଚଳଚ୍ଚିତ୍ରକୁ ଟିକସ ମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0 70

ଭୁବନେଶ୍ୱର,୧୮/୧୧ : ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଦମନ’ର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି । ବାସ୍ତବ ଜୀବନରେ ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଜଣେ ଯୁବ ଡାକ୍ତର ମାନବିକତାର ଯେଉଁ ନୂଆ ଉଦାହରଣ ସ୍ରୁଷ୍ଟି କରିଛନ୍ତି,ତାହା ଏ ଚଳଚ୍ଚିତ୍ରର ବିଷୟ ବସ୍ତୁ । ସ୍ୱାସ୍ଥ୍ୟ ବିଭାଗ ସମେତ ସବୁ ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ସେବା ମନୋଭାବକୁ ଆହୁରି ମଜବୁତ୍‌ କରିବା ଦିଗରେ ଏହା ପ୍ରଭାବିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । କୋଭିଡ ମହାମାରୀ ସମୟରେ ଯେଭଳି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସମନ୍ୱୟ ରଖି ସେବା ଯୋଗାଇଲେ, ସେଭଳି କାମକଲେ ଆମେ ଏକ ସୁସ୍ଥ ଓ ସଚେତନ ସାମାଜର ବିକାଶ କରି ପାରିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ବିଶ୍ୱାସ ପ୍ରକଟ କରିଛନ୍ତି ।
ସୂଚନାଯୋଗ୍ୟ, ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ପ୍ରଥମ ଥର ପାଇଁ ଏକ ନୂଆ ଫର୍ଦ୍ଦ ଯୋଡିହେବାକୁ ଯାଉଛି । ସଦ୍ୟ ମୁକ୍ତିଲାଭ କରିଥିବା ବହୁ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ଖୁବ୍‌ଶୀଘ୍ର ହିନ୍ଦୀ ଭାଷାରେ ଡବିଂ ହେବାକୁ ଯାଉଛି । ଏଥିପାଇଁ ବୁଧବାର ଚଳଚ୍ଚିତ୍ରର ନାୟକ ବାବୁସାନ୍‌ ମହାନ୍ତି,ପତ୍ନୀ ତୃପ୍ତୀ ଶତପଥୀ,ମାମୁ ରବି ମିଶ୍ର ଓ ବନ୍ଧୁ ଭାଲୁ ଭାଇ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି । ଏହା ପୂର୍ବରୁ ନିର୍ଦ୍ଦେଶକ ବିଶାଲ୍‌ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କାଙ୍କ ସହ ବ୍ୟବସାୟିକ ମୁଖ୍ୟ ସମ୍ବିତ ଜେନା ସେଠାକୁ ଯାଇ ପ୍ରାରମ୍ଭିକ କାର୍ଯ୍ୟ ଶେଷ କରି ସାରିଛନ୍ତି । ଏହି ଚଳଚ୍ଚିତଟି ଏକ ସତ୍ୟ ଘଟଣା ଉପରେ ଆଧାରିତ ଓ ସମ୍ପୂର୍ଣ୍ଣ ଅଣପାରମ୍ପରିକ କଥାବସ୍ତୁ ଉପରେ ପର୍ଯ୍ୟବସିତ । କେବଳ ଓଡ଼ିଶାରେ ନୁହେଁ,ରାଜ୍ୟ ବାହାରେ ମଧ୍ୟ ପୂର୍ଣ୍ଣ ପ୍ରେକ୍ଷାଳୟରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ଏହି ଚଳଚ୍ଚିତ୍ରଟି ସଫଳ ହୋଇଛି ।

hiranchal ad1
Leave A Reply

Your email address will not be published.

1 × 4 =