ଫାଇଲ ଆଣି ନଥିବାରୁ ଆଇନଜୀବୀଙ୍କୁ ଭର୍ତ୍ସନା କଲେ ସିଜେଆଇ

0 23

ନୂଆଦିଲ୍ଲୀ,୧୮/୧୧: କେସ୍‌ ଫାଇଲ ନଆଣିବା ଜଣେ ଆଇନଜୀବୀଙ୍କ ପାଇଁ ମହଙ୍ଗା ପଡ଼ିଛି । ଏଭଳି ଅତି ଦାୟିତ୍ୱହୀନ କାର୍ଯ୍ୟ ପାଇଁ ତାଙ୍କୁ ପ୍ରଧାନ ବିଚାରପତିଙ୍କ ଠାରୁ ତାଗିଦ ଶୁଣିବାକୁ ପଡ଼ିଛି । ଆଜି ଜଣେ ଆଇନଜୀବୀ ଗୋଟିଏ ମାମଲାରେ ନିଜର ପକ୍ଷ ରଖିବାକୁ ସିଜେଆଇଙ୍କ କୋର୍ଟରେ ହାଜର ହୋଇଥିଲେ । କିନ୍ତୁ ସେ କେସ୍‌ ଫାଇଲ ଆଣି ନଥିବାରୁ ସିଜେଆଇ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଅସନ୍ତୋଷ ପ୍ରକାଶ କରିଥିଲେ । ସେ କହିଥିଲେ,ବିନା ବ୍ୟାଟରେ ସଚିନ ତେନ୍ଦୁଲକର ଯାହା,କେସ୍‌ ଫାଇଲ ବିନାର ଜଣେ ଆଇନଜୀବୀର ସ୍ଥିତି ସେୟା । ଜଷ୍ଟିସ ଚନ୍ଦ୍ରଚୂଡ ଓ ଜଷ୍ଟିସ ହିମା କୋହଲିଙ୍କ ଖଣ୍ଡପୀଠ ବିନା କେସ୍‌ ଫାଇଲରେ ମାମଲାର ଶୁଣାଣି ପାଇଁ ଆସିଥିବା ଏହି ଆଇନଜୀବୀଙ୍କୁ ନୋଟିସ କରିଛନ୍ତି ଏବଂ ଏଭଳି ତ୍ରୁଟି ପାଇଁ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ସିଜେଆଇ କହିଛନ୍ତି, “ଗୋଟିଏ ବ୍ରିଫ ବିନା ଜଣେ ଆଇନଜୀବୀ ଯାହା ବ୍ୟାଟ ବିନା ସଚିନ ତେନ୍ଦୁଲକର ସେଇଆ । ଏହା ଅତ୍ୟନ୍ତ ଅସୁନ୍ଦର । ଆପଣ ନିଜର ଗାଉନ ଓ ବ୍ୟାଣ୍ଡ ସହ ଅଛନ୍ତି । କିନ୍ତୁ ଆପଣଙ୍କ ପାଖରେ କାଗଜ ନାହିଁ । ଆପଣ ସବୁବେଳେ ନିଜ ସହ ନିଜର ବ୍ରିଫ ନେଇ ଆସିବେ”ବୋଲି ଖଣ୍ଡପୀଠ ପରାମର୍ଶ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

1 × five =