ବୌଦ୍ଧ ବସଷ୍ଟାଣ୍ଡରୁ ନାବାଳକ ଦୁଇ ଭାଇ ଉଦ୍ଧାର

0 40

ବୌଦ୍ଧ,୨୩/୧:- ନିଜ ବାପା ଓ ସାବତ ମାଆର ନିର୍ଯ୍ୟାତନା ସହିନପାରି ଘର ଛାଡି ଚାଲି ଆସିଥିବା ଦୁଇ ନାବାଳକ ଭାଇଙ୍କୁ ଆଜି ବୌଦ୍ଧ ବସଷ୍ଟାଣ୍ଡ ନିକଟରୁ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧଜିଲ୍ଲା ତଳଗାଁ ବଦଲାସାହି ଗ୍ରାମର ଦୁଇ ନାବାଳକ ନିଜ ବାପା ଓ ସାବତ ମାଆ ପାଖରେ କନ୍ଧମାଳ ଜିଲ୍ଲା ଚକାପାଦ ଅଂଚଳରେ ରହୁଥିଲେ । ଦିନକୁଦିନ ଦୁଇ ଶିଶୁଙ୍କ ଉପରେ ସାବତ ମାଆର ନିର୍ଯ୍ୟାତନା ଓ ନିଜ ବାପାଙ୍କ ସମର୍ଥନ ହେତୁ ଦୁଇ ଭାଇ ଆଜି ଭୋର ସମୟରେ ଫୁଲବାଣୀ ପର୍ଯ୍ୟନ୍ତ କୌଣସି ଏକ ବସରେ ଆସି ସେଠାରୁ ବୌଦ୍ଧ ଆସୁଥିବା ଖମ୍ବେଶ୍ୱରୀ ବସରେ ବୌଦ୍ଧ ବସଷ୍ଟାଣ୍ଡକୁ ଚାଲି ଆସିଥିଲେ । ଦୁଇ ଭାଇ ବସରୁ ଓହ୍ଲାଇ ଛିଡା ହୋଇଥିବା ବେଳେ ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦର ସଭାପତି ପ୍ରଦୀପ କୁମାର ମହାନନ୍ଦ ଓ ସହକାରୀ ସାଧାରଣ ସମ୍ପାଦକ ଟିକ ବେହେରା ସେମାନଙ୍କୁ ଦେଖି ପଚରା ଉଚୁରା କରି ବୁଟୁପାଲି ଠାରେ ଥିବା ସମାନତା ଅଧିକାର ପରିଷଦର କାର୍ଯ୍ୟାଳୟକୁ ନେଇ ଖାଇବାକୁ ଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଳ କୁମାର ପ୍ରଧାନଙ୍କ ସହ ଯୋଗାଯୋଗ କରିବା ପରେ ଚାଇଲ୍ଡ ଲାଇନ ସହାୟତାରେ ଉଭୟ ଶିଶୁଙ୍କୁ ନେଇ ବାଗବରଠାରେ ଥିବା ହାର୍ଭେଷ୍ଟ ବ୍ଲେସିଂ ଶିଶୁ ଯତ୍ନ ଅନୁଷ୍ଠାନରେ ଆଶ୍ରୟ ଦେଇଛନ୍ତି । ଉଭୟ ଶିଶୁଙ୍କୁ ଆସନ୍ତାକାଲି ଶିଶୁ ମଙ୍ଗଳ ସମିତିରେ ହାଜର କରିବା ପରେ ଥଇଥାନ କରାଯିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

three × four =