ଷଷ୍ଠ ମା ଭୈରବୀ ଫୁଟବଲ ପ୍ରତିଯୋଗିତା: ବଢିଗାଁ ସେମିଫାଇନାଲକୁ ଉନ୍ନୀତ

0 34

ବୌଦ୍ଧ/ଜହ୍ନ ।ପଙ୍କ,୨୩/୧:- ବୌଦ୍ଧ ବ୍ଳକ ବଢିଗାଁ ମା ଦୁର୍ଗା କ୍ଳବ ଆନୁକୂଲ୍ୟରେ ଷଷ୍ଠ ମା ଭୈରବୀ ଫୁଟବଲ ପ୍ରତିଯୋଗିତା ବଢ଼ିଗାଁ ଖେଳପଡିଆରେ ଆଜି ଚତୁର୍ଥ ଦିନର ମ୍ୟାଚ ବଢିଗାଁ ଓ ବିରିଗଡ଼ ମଧ୍ୟରେ ହୋଇଥିଲା । ଏଥିରେ ବଢିଗାଁ ୪-୦ ଗୋଲରେ ବିଜୟୀ ହୋଇ ଦ୍ୱିତୀୟ ଦଳ ଭାବେ ସେମି ଫାଇନାଲକୁ ଯାଇଛି । ଆଜିର ଖେଳକୁ ରେଫରୀ ଅମ୍ବରୀଶ ପ୍ରଧାନ ପରିଚାଳନା କରିଥିବା ବେଳେ ଲାଇନରେ ପ୍ରଦୀପ ଭୋଇ ଓ ଶମ୍ଭୁ ପ୍ରସାଦ ସାହୁ ସହଯୋଗ କରିଥିଲେ । ଆଜିର ଖେଳରେ ମୁଖ୍ୟଅତିଥି ଭାବେ ପଙ୍କଜିନି କେମିକାଲ ପ୍ରୋପାଇଟର ପ୍ରେମାନନ୍ଦ ଭଞ୍ଜ ଓ ସମ୍ମାନିତ ଅତିଥି ଭାବେ ସ୍ୱେଚ୍ଛାସେବୀ ପ୍ରତାପ କୁମାର ପଣ୍ଡା ଯୋଗ ଦେଇ ଖେଳାଳୀଙ୍କୁ ଉତ୍ସ ।ହିତ କରିଥିଲେ । ମଙ୍ଗଳବାର ପ୍ରଥମ ସେମିଫାଇନାଲ ବଲାସିଙ୍ଗା ଓ ବୌଦ୍ଧ(ଜି ଏମ୍‌ ସି)ମଧ୍ୟରେ ଖେଳ ଅନୁଷ୍ଠିତ ହେବ । ଏହି ଫୁଟବଲ ପ୍ରତିଯୋଗିତାରେ ମା ଦୁର୍ଗା କ୍ଳବର ସଭ୍ୟ ସୁବଳ ପାଢ଼ୀ, ଶୁଭ୍ରାଂଶୁ ଶେଖର ପାଣିଗ୍ରାହୀ, ସରୋଜ ପଟ୍ଟନାୟକ, ପଞ୍ଚାନନ ଭୋଇ, ରାକେଶ ପୂଜାରୀ ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

ten + thirteen =