ବୌଦ୍ଧ ସେବା ସମବାୟ ସମିତିର ସରକାରୀ ଧାନ କ୍ରୟ କେନ୍ଦ୍ର ଶୁଭାରମ୍ଭ

0 58

ବୌଦ୍ଧ,୨୭/୧୨:- ବୌଦ୍ଧ ଜିଲ୍ଲା ପ୍ରଶାସନ, ଯୋଗାଣ ବିଭାଗ ଓ ବୌଦ୍ଧ ନିୟନ୍ତ୍ରିତ ବଜାର କମିଟି ଆନୁକୂଲ୍ୟରେ ବୌଦ୍ଧ ସେବା ସମବାୟ ସମିତି ପକ୍ଷରୁ ବୁଟୁପାଲି ହାଇସ୍କୁଲ ପଡିଆ ଠାରେ ଖରିଫ ଧାନକ୍ରୟ ମଣ୍ଡି ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବୌଦ୍ଧ କନ୍ଧମାଳ ସମବାୟ ଉପ-ନିବନ୍ଧକ ଯୁଗଳ କିଶୋର ଦାଶ ଯୋଗଦେଇ ଶୁଭାରମ୍ଭ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଭୁବନେଶ୍ୱର ଠାରେ ଥିବା ମଧୁସୂଦନ ଦାସ ସମବାୟ ତାଲିମ୍‌ କେନ୍ଦ୍ରର ନିର୍ଦ୍ଦେଶକ ଦିଲ୍ଲିପ କୁମାର ଦାଶ, ଗୋପାଳପୁର ସମବାୟ ତାଲିମ୍‌ କେନ୍ଦ୍ରର ଅଧ୍ୟକ୍ଷା ଚିନ୍ମୟୀ ଚାରୁଦର୍ଶିନୀ, ବୌଦ୍ଧ ସର୍କଲ ସମବାୟ ସହକାରୀ ନିବନ୍ଧକ ହାଡିବନ୍ଧୁ ମହାକୁଡ ପ୍ରମୁଖ ଯୋଗ ଦେଇଥିଲେ । ବୌଦ୍ଧ ସେବା ସମବାୟ ସମିତିର ସଭାପତି ସତ୍ୟଜିତ କୁମାର ପଣ୍ଡା , ସମ୍ପାଦକ ସତ୍ୟଜିତ କର, ପରିଚାଳନା କମିଟିର ସଦସ୍ୟ ନିରଦ କୁମାର ସେଠୀ, ଚିତ୍ତରଞ୍ଜନ ଦନାୟକ, ଗୟା ଚାନ୍ଦ ତରିଆ ଓ ଚାଷୀ ମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

3 × 4 =