ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଉଦଘାଟିତ ହେଲା ବଡ଼ମ୍ବା- ନରସିଂହପୁରରେ ସହକାରୀ ଦୌରା ଜଜଙ୍କ ଅଦାଲତ

0 106

କଟକ: ଓଡିଶା ହାଇକୋର୍ଟ ର ମୁଖ୍ଯ ବିଚାରପତିଙ୍କ ଦ୍ୱାରା ଉଦଘାଟିତ ହେଲା ବଡ଼ମ୍ବା- ନରସିଂହପୁରରେ ସହକାରୀ ଦୌରା ଜଜଙ୍କ ଅଦାଲତ ।
କଟକ ଜିଲ୍ଲା ବଡ଼ମ୍ୱା- ନରସିଂହପୁରରେ ଆଜି ଦେୱାନୀ ଜଜ୍ ବରିଷ୍ଠ ( ବିଭାଗ ) ତଥା ସହକାରୀ ଦୌରା ଜଜ୍‌ଙ୍କ ଅଦାଲତ ଉଦଘାଟିତ ହୋଇଛି । ହାଇକୋର୍ଟର ମୁଖ୍ୟ କାର୍ଯ୍ୟକାରୀ ବିଚାରପତି ବିଦ୍ୟୁତ ରଞ୍ଜନ ଷଡଙ୍ଗୀଙ୍କ ଦ୍ଵାରା ଏହା ଉଦଘାଟିତ ହୋଇଛି । ମୁଖ୍ୟ କାର୍ଯ୍ୟକାରୀ ବିଚାରପତିଙ୍କୁ କୋର୍ଟ ପରିସରରେ ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା ।
ପରେ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଆୟୋଜିତ ଉତ୍ସବରେ ବଡମ୍ବା-ନରସିଂହପୁର ବାର ଆସୋସିଏସନର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ। ଦେୱାନୀ ଜଜ୍ ( ବରିଷ୍ଠ ବିଭାଗ ) ପାଇଁ ସାଧାରଣ ଲୋକେ ଆଠଗଡ ଯିବାକୁ ପଡୁଥିଲା । ତାହା ଏବେ ବଡମ୍ବା ଓ ନରସିଂହପୁର କୋର୍ଟ ପରିସରରେ ଲୋକେ ଲାଭ ଉଠାଇ ପାରିବେ।।କଟକ ଜିଲ୍ଲା ବଡ଼ମ୍ୱା- ନରସିଂହପୁରରେ ଆଜି ଦେୱାନୀ ଜଜ୍ ବରିଷ୍ଠ ( ବିଭାଗ ) ତଥା ସହକାରୀ ଦୌରା ଜଜ୍‌ଙ୍କ ଅଦାଲତ ଉଦଘାଟିତ ହୋଇଛି । ହାଇକୋର୍ଟର ମୁଖ୍ୟ କାର୍ଯ୍ୟକାରୀ ବିଚାରପତି ବିଦ୍ୟୁତ ରଞ୍ଜନ ଷଡଙ୍ଗୀଙ୍କ ଦ୍ଵାରା ଏହା ଉଦଘାଟିତ ହୋଇଛି । ମୁଖ୍ୟ କାର୍ଯ୍ୟକାରୀ ବିଚାରପତିଙ୍କୁ କୋର୍ଟ ପରିସରରେ ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା ।
ପରେ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଆୟୋଜିତ ଉତ୍ସବରେ ବଡମ୍ବା-ନରସିଂହପୁର ବାର ଆସୋସିଏସନର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ। ଦେୱାନୀ ଜଜ୍ ( ବରିଷ୍ଠ ବିଭାଗ ) ପାଇଁ ସାଧାରଣ ଲୋକେ ଆଠଗଡ ଯିବାକୁ ପଡୁଥିଲା । ତାହା ଏବେ ବଡମ୍ବା ଓ ନରସିଂହପୁର କୋର୍ଟ ପରିସରରେ ଲୋକେ ଲାଭ ଉଠାଇ ପାରିବେ। ଵଡମ୍ବା- ନରସିଂହପୁର ରେ ଏହି କୋର୍ଟ ଉଦଘାଟିତ ହୋଇଥିବାରୁ ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଆନନ୍ଦ ପ୍ରକାଶ କରିଛନ୍ତି।

hiranchal ad1
Leave A Reply

Your email address will not be published.

9 − eight =