ଲାଞ୍ଚ ନେଉଥିଲେ ସରକାରୀ ବାବୁ,ମାଡ଼ି ବସିଲା ଭିଜିଲାନ୍ସ

0 88

ଯାଜପୁର: ଯାଜପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ ଜିଲ୍ଲା ସୂଚନା ବିଭାଗର ବରିଷ୍ଠ ରାଜସ୍ୱ ସହାୟକ ଏବଂ ଜିଲ୍ଲା ଡିଡବ୍ଲୁଓ କାର୍ଯ୍ୟାଳୟର ଆଡିସିନାଲ ଚାର୍ଜରେ ଥିବା ସୁବ୍ରତ କୁମାର କାନୁନଗୋ ଜଣେ ପୀଡିତା ଆଦିବାସୀ,ହରିଜନ ମହିଳାଙ୍କଠାରୁ ୧୦ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଜଣେ ଆଦିବାସୀ,ପୀଡ଼ିତ , ନିର୍ଯାତିତ ମହିଳା ତାଙ୍କର ୭୫ହଜାର ସରକାରୀ ଅର୍ଥ ପାଇବା ପାଇଁ ଶ୍ରୀ କାନୁନଗୋଙ୍କ ପାଖକୁ ଯାଇଥିଲେ ।କିନ୍ତୁ ଶ୍ରୀ କାନୁନଗୋ ସଫା ସଫା କହିଥିଲେ ୭୫ହଜାର ସରକାରୀ ଅର୍ଥ ପାଇବାକୁ ତାଙ୍କୁ ୨୫ହଜାର ଲାଞ୍ଚ ଦେବାକୁ ପଡ଼ିବ । ଏଥି ପାଇଁ ଶ୍ରୀ କାନୁନଗୋ ଅଭିଯୋଗକାରୀ ମହିଳାଙ୍କ ଠାରୁ ପ୍ରଥମ କିସ୍ତିରେ ୧୫ହଜାର ନେଇଥିଲେ । କିନ୍ତୁ ପରବର୍ତୀ ପର୍ଯ୍ୟାୟ ରେ ଆଉ ୧୦ହଜାର ଲାଞ୍ଚ ମାଗିଥିଲେ । ପୀଡିତା ମହିଳା ଅନ୍ୟ ଉପାୟ ନପାଇ ଭିଜିଲାନ୍ସ ସହ ଯୋଗାଯୋଗ କରିଥିଲେ । ଆଜି ବକେୟା ଲାଞ୍ଚ ଟଙ୍କା ୧୦ ହଜାର ଦେଉଥିବା ବେଳେ ଅଭିଯୁକ୍ତ କାନୁନଗୋଙ୍କ ଠାରୁ ସମ୍ପୂର୍ଣ ଟଙ୍କା ଜବତ କରାଯାଇଥିଲା । ଏହି ସଂକ୍ରାନ୍ତ ରେ ଭିଜିଲାନ୍ସ କେସ ନମ୍ବର ୪୦/୨୩ ୟୁ ଏସ/୭ପିସି ୨୦୧୮ଏକ୍ଟ ରେଜିଷ୍ଟର କରାଯିବା ସହ ଅଭିଯୁକ୍ତଙ୍କର ୨ଟି ଲୋକେସନରେ ଅନୁସନ୍ଧାନ କରାଯାଉଥିବା ଜିଲ୍ଲା ସୂଚନା ଓ ପ୍ରସାରଣ ଅଧିକାରୀ ତାଙ୍କ ପ୍ରେସ ବାର୍ତ୍ତାରେ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

five + sixteen =