ଆସନ୍ତାକାଲି ନୂଆଖାଇ,ସାପ୍ତାହିକ ବଜାରରେ ପ୍ରବଳ ଭିଡ

0 88

ବୌଦ୍ଧ/ଜହ୍ନ ।ପଙ୍କ,୩୧/୮: ସକାଳ ପାହିଲେ ନୂଆଖାଇ ସେଥିପାଇଁ ଜହ୍ନ ।ପଙ୍କ ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି । ଏହାବ୍ୟତୀତ ବଘିଆପଡ଼ା ଅଞ୍ଚଳରେ ମଧ୍ୟ ନୂଆଖାଇ ପାଇଁ ଆଜି ଚଳଚଞ୍ଚଳ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ଆଜି ବୌଦ୍ଧ ବ୍ଳକ ବଘିଆପଡ଼ା ସାପ୍ତାହିକ ବଜାର ଥିବାରୁ ଅଞ୍ଚଳବାସୀ ପନିପରିବା କିଣିବାପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ଗତ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ପନିପରିବା ନଷ୍ଟ ହେତୁ ତାର ପ୍ରଭାବ ଆଜି ସିଧାସଳଖ ଖାଉଟିଙ୍କ ଉପରେ ପଡିଛି । ଫଳରେ ଅହେତୁକ ମୁଲ୍ୟ ବୃଦ୍ଧି ଯୋଗୁଁ ଗରିବଙ୍କୁ ବେଡି ଉପରେ କୋରଡ । ମାଡ଼ ସଦୃଶ ହୋଇଥିଲା । ବିଳମ୍ବରେ ବର୍ଷା ଯୋଗୁଁ ଚାଷରେ ମଧ୍ୟ ବିଳମ୍ବ ଯୋଗୁଁ ନୂଆଧାନ ବାହାରି ନଥିବାରୁ କାଁ ଭାଁ ହୋଇଥିବା ଧାନ ବଜାରକୁ ଆସିଥିବା ନୂଆ ଧାନ କେଣ୍ଡାକୁ ୫ ଟଙ୍କାରୁ ଦଶ ଟଙ୍କା ଲେଖାଏଁ ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା । ନୂଆଖାଇ ପଶ୍ଚିମ ଓଡ଼ିଶାର ଗଣପର୍ବ ହୋଇଥିବାରୁ ପରିବାର ସଦସ୍ୟ ଦୂରଦୂରାନ୍ତରୁ ଘରକୁ ଫେରି ଥିଲେ । ସମସ୍ତଙ୍କ ପାଇଁ ନୂଆ ପୋଷାକ ପିନ୍ଧିବା ଏକ ପରମ୍ପରା ହୋଇଥିବାରୁ ଦୋକାନ ଗୁଡିକରେ ପ୍ରବଳ ଗହଳି ହୋଇଥିଲା । ଏଥିସହିତ କିରାନା ଦୋକାନରେ ମଧ୍ୟ ରାସନ ସାମଗ୍ରୀ ନେବାପାଇଁ ଗହଳି ଲାଗିଥିଲା । ତେବେ ପନିପରିବା ବ୍ୟବସାୟୀ ଏହାର ସୁଯୋଗ ନେଇ ଦେଢ ଗୁଣାରେ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା ।

hiranchal ad1
Leave A Reply

Your email address will not be published.

twelve + eighteen =