ତୈଳିକ ବୈଶ୍ୟ ସମାଜର ବୋଇତ ବନ୍ଦାଣ ଉତ୍ସବ

0 210

ବୌଦ୍ଧ,୧୯/୧୧: ଉତ୍କଳୀୟ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ତୈଳିକ ବୈଶ୍ୟ ସମାଜ, ବୌଦ୍ଧର ପ୍ରତିଷ୍ଠା ଦିବସ ଅବସରରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି । ପ୍ରାତଃ ସମୟରେ ଏକ ବିରାଟ ସୁସଜ୍ଜିତ ବୋଇତ ମହାନଦୀ ଗର୍ଭର ବାଲୁକା ଶଯ୍ୟାରେ ସ୍ଥାପନା କରି ସମସ୍ତ ସଭ୍ୟ ସଭ୍ୟାଙ୍କ ଦ୍ୱାରା ପୂଜାର୍ଚ୍ଚନା କରି ବୋଇତ ବନ୍ଦାଣ କରାଯାଇଥିଲା । ତତ୍ପରେ ପୂଣ୍ୟ ମହାନଦୀ ଜଳସ୍ରୋତରେ ଭସାଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ସମ୍ପାଦକ ବିଜୟ କୁମାର ସାହୁ ସଂଯୋଜନା କରିଥିଲାବେଳେ ଦିଲ୍ଲୀପ କୁମାର ସାହୁ, ବିଚିତ୍ର କୁମାର ସାହୁ, ଶତ୍ରୁଘ୍ନ ସାହୁ, ଶଙ୍କର୍ଷଣ ସାହୁ, ବୀଣାପାଣି ସାହୁ, ସନାତନ ସାହୁ, ଜଗନ୍ମୟ ସାହୁ, ଜୟଶ୍ରୀ ସାହୁ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

one × 3 =