ଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି ଗଠିତ

0 77

ବୌଦ୍ଧ,୨୪/୧୦:-ବୌଦ୍ଧବ୍ଲକ ତେଲିବନ୍ଧ ଗ୍ରାମପଞ୍ଚାୟତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପିତାମାତା ଓ ଶିକ୍ଷକ ସଂଘ ବୈଠକ ଛାତ୍ର ଅଭିଭାବକ ରଙ୍କଧର କର୍ଣ୍ଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ଶିକ୍ଷା ଷ୍ଟାଣ୍ଡିଙ୍ଗ କମିଟିର ଉପାଧ୍ୟକ୍ଷ ଧନଞ୍ଜୟ ପ୍ରଧାନ, ଷ୍ଟାଣ୍ଡିଙ୍ଗ କମିଟି ସଦସ୍ୟ ଅଶୋକ କୁମାର ଘିବେଲା ଓ ସୁବାସ ରଣା ଓ ଗଣମାଧ୍ୟମ ପ୍ରତନିଧି ନବକୁମାର ମେହେର ଉପସ୍ଥିତ ଥିଲେ । ସିଆରସିସି ରାଜକୁମାର ପ୍ରଧାନ ବିଦ୍ୟାଳୟ ପରିଚାଳନା କମିଟି ଗଠନ ଉପରେ ଆଲୋଚନା କରିଥିଲେ । ପିତାମାତାଙ୍କ ମଧ୍ୟରୁ ଫଗୁ ସେଠି, ରଞ୍ଜନ ପ୍ରଧାନ, ଆଶୁତୋଷ ଜେନା, ବ୍ରଜମୋହନ ପ୍ରଧାନ, ଉମେଶ ଜେନା, ରଙ୍କଧର କର୍ଣ୍ଣ, ଝିଲି ସେଠୀ, ସଂଯୁକ୍ତା ପଣ୍ଡା, ଅଞ୍ଜଳୀ ସାହୁ, ସରୋଜିନୀ କର୍ଣ୍ଣ ଅହଲ୍ୟା ସେଠୀ ଓ ଗୌରୀ ସ୍ୱାଇଁ ସଦସ୍ୟ ଭାବରେ ନିର୍ବାଚିତ ହୋଇଥିବା ବେଳେ ବ୍ରଜମୋହନ ପ୍ରଧାନ ଚେୟାର ପର୍ସନ ଓ ସଂଯୁକ୍ତା ପଣ୍ଡା ଭାଇସ ଚେୟାର ପର୍ସନ ଭାବରେ ମନୋନୀତ ହୋଇଥିଲେ । ଅତିଥିମାନେ ପିଲାମାନେ ନିୟମିତ ପାଠପଢି ଆସିବା ଓ ବିଦ୍ୟାଳୟ ପରିବେଶ ପରିଷ୍କାର ପରିଚ୍ଛନ୍ନ ରଖିବା ଉପରେ ବକ୍ତବ୍ୟ ଦେଇଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପୀତବାସ ନାୟକ ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

11 + 13 =