କବି ନୃସିଂହାନନ୍ଦ ମହାପାତ୍ର ସମ୍ୱର୍ଦ୍ଧିତ

0 80

ଫୁଲବାଣୀ,୨୪/୧୦- କନ୍ଧମାଳର ସୁନାମଧନ୍ୟ ସାହିତ୍ୟିକ, ସଂଗଠକ, ସମାଜସେବୀ, ଶିକ୍ଷାବିତ ଶ୍ରୀ ନୃସିଂହାନନ୍ଦ ମହାପାତ୍ରଙ୍କୁ ଝାରସୁଗୁଡାର ଭାରତରତ୍ନ ସାହିତ୍ୟ ଓ ସଂସ୍କୃତି ପରିଷଦ ତାର ପସ୍ତକ ଉନ୍ମୋଚନ ଉତ୍ସବ ଓ ସାହିତ୍ୟ ଆସର ଅବସରରେ ସମ୍ୱର୍ଦ୍ଧନା କରିଛି । ଓଡିଶା ସାହିତ୍ୟ ଏକାଡେମୀର ରାଜ୍ୟ ସଦସ୍ୟ ବାହାଦୁର ପାଟଶାଣୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ସୁ ସାହିତ୍ୟିକ ସୀତାରାମ ବିର୍ତ୍ତୀଆ । ଅନ୍ୟମାନଙ୍କ ମଧ୍ୟରେ ସୁବାସ ଚନ୍ଦ୍ର ନାୟକ, ସପ୍ନେଶ୍ୱର ମିଶ୍ର, ଦୁର୍ଗା ମାଧବ ପଣ୍ଡା, ଶିବପ୍ରିୟା ମିଶ୍ର, ମନ୍ଦାକିନି ଶତପଥୀ, ଲଳିତ ବାରିକ ପ୍ରମୁଖ ମଞ୍ଚାସୀନ ଥିଲେ । ଅଧ୍ୟକ୍ଷତା କରିଥିଲେ କବି ଅନନ୍ତ ରାମ ମିଶ୍ର । ଉପସ୍ଥିତ ଅତିଥିମାନେ ସମ୍ୱର୍ଦ୍ଧିତ ପ୍ରତିଭା ଶ୍ରୀ ମହାପାତ୍ରଙ୍କର ଭୁୟସୀ ପ୍ରଶଂସା କରିଥିଲେ । ଏହା ପୂର୍ବରୁ ଶ୍ରୀ ମହାପାତ୍ର ଓଡ଼ିଶାର ବିଭିନ୍ନ ସ୍ଥାନରୁ ବହୁ ପୁରସ୍କାର ଓ ମାନପତ୍ର ପାଇଛନ୍ତି । ତାଙ୍କ ଦ୍ୱାରା ଲିଖିତ ଲାଜେଇ ଝିଅ, ପ୍ରିୟା ବାସନ୍ତୀ, ଜଗତର ନାଥ ଆମ ଜଗନ୍ନାଥ,, ଆତ୍ମ ଚିନ୍ତନ, ନୀତିଶିକ୍ଷା, ଗୁରୁ ବ୍ୟକ୍ତି ନୁହେଁ ଗୁରୁ ଶକ୍ତି, ଗୁରୁ ଅମୃତର ଖଣି, ଶଙ୍କର ଦିଗବିଜୟୀ, ଆର୍ଯ୍ୟାବର୍ତ୍ତର ମହା ମନୀଷୀଗଣ,ବୈଦିକ ଆଚାର୍ଯ୍ୟଗଣ ଆଦି ପୁସ୍ତକ ବେଶ ପାଠକୀୟ ଆଦୃତି ଲାଭ କରିଛି । ବୃତ୍ତିରେ ସେ ଫୁଲବାଣୀ ଆଇ.ଟି.ଆଇର ତାଲିମ ଅଧିକାରୀ ଥିବାବେଳେ ଫୁଲବାଣୀ ଜିଲ୍ଲା ଲେଖକ ସାମୁଖ୍ୟର କୋଷାଧ୍ୟକ୍ଷ, ନିରଞ୍ଜନ ବେଦାନ୍ତ ସେବା ସମିତିର କୋଷାଧ୍ୟକ୍ଷ, ରୋଟାରି କ୍ଲବର ଆଜୀବନ ସଦସ୍ୟ, ସମ୍ବାଦ ସାହିତ୍ୟ ଘରର ସଦସ୍ୟ ପ୍ରମୁଖ ଅଛନ୍ତି । କନ୍ଧମାଳର ସାହିତ୍ୟିକମାନେ ତାଙ୍କର ଏ ସଫଳତାରେ ଅଭିନନ୍ଦନ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

five × 4 =