ଜିଲ୍ଲା ପ୍ରଶାସନ ତରଫରୁ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

0 53

ବୌଦ୍ଧ,୩୦/୧୦:- ବୌଦ୍ଧ ଜିଲ୍ଲା ପ୍ରଶାସନ, ସଞ୍ଚୟ ଓ ଆର୍ଥିକ ସେବା ସଂଗଠନ ମିଳିତ ଆନୁକୂଲ୍ୟରେ ଆଦି ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସଚେତନତା ପାଇଁ ଏକ ସଞ୍ଚୟ ରଥକୁ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ, ଡେପୁଟି କଲେକ୍ଟର କୁମୁଦ ଚନ୍ଦ୍ର ଦଳବେହେରାଙ୍କ ସମେତ ସଞ୍ଚୟ ସେବା ସଂଗଠନର କର୍ମଚାରୀମାନେ ଉପସ୍ଥିତ ଥିଲେ । ଟଙ୍କା ସଞ୍ଚୟର ଗୁରୁତ୍ୱକୁ ଲୋକେ ଉପଲବ୍ଧି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଏହି ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କୁ ସଞ୍ଚୟ ପାଇଁ ସଚେତନ କରିବ ।

hiranchal ad1
Leave A Reply

Your email address will not be published.

nineteen − seven =