ବୌଦ୍ଧରୁ ୬୧ ଜଣ ବରିଷ୍ଠ ନାଗରିକ ଗଲେ ତୀର୍ଥ ଯାତ୍ରାରେ

0 54

ବୌଦ୍ଧ,୩୦/୧୦:- ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆଜି ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ସବୁଜ ପତାକା ଦେଖାଇ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି । ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ବୌଦ୍ଧରୁ ତ୍ରିଭେନ୍ଦ୍ରମ ଓ କନ୍ୟାକୁମାରୀକୁ ଯାଇଛନ୍ତି ୬୧ ଜଣ ବରିଷ୍ଠ ନାଗରିକ । ରାଜ୍ୟସରକାରଙ୍କ ଦ୍ୱାରା ଆୟୋଜିତ ଏହି ତୀର୍ଥଯାତ୍ରୀ ଯୋଜନାରେ ତିନୋଟି ବ୍ଲକରୁ ୬୧ ଜଣ ବରିଷ୍ଠ ନାଗରିକ ବୌଦ୍ଧରୁ ତୀର୍ଥରେ ଯାଇଛନ୍ତି । ସେମାନଙ୍କ ମଧ୍ୟରେ ପୁରୁଷ ୩୫ ଓ ମହିଳା ତୀର୍ଥଯାତ୍ରୀ ୨୬ ଜଣ ରହିଛନ୍ତି । ତୀର୍ଥଯାତ୍ରୀଙ୍କୁ ସହଯୋଗ କରିବାକୁ ସେମାନଙ୍କ ସହ ୨ଜଣ ସରକାରୀ କର୍ମଚାରୀ ମଧ୍ୟ ଯାଇଛନ୍ତି । ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ସମସ୍ତ ତୀର୍ଥଯାତ୍ରୀଙ୍କୁ ଫୁଲମାଳ ଦେଇ ସ୍ୱାଗତ କରିବା ସହ ତୀର୍ଥ ସମୟରେ କଣ କରିବେ, କଣ ନକରିବେ ସେନେଇ ପରାମର୍ଶ ଦେଇଥିଲେ ।

hiring

ଏହି ଅବସରରେ ବୌଦ୍ଧ ବ୍ଲକ ଅଧକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ଡେପୁଟି କଲେକ୍ଟର କୁମୁଦ ଚନ୍ଦ୍ର ଦଳବେହେରାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଦୁଇଟି ବସ୍‌ରେ ଏହି ତୀର୍ଥଯାତ୍ରୀ ଯାଉଥିବାବେଳେ ନାମସଂକୀର୍ତ୍ତନ୍ୟ କରାଯାଇ ଏକ ଭାବବିହ୍ୱଳ ପରିବେଶରେ ସେମାନଙ୍କୁ ବସ୍‌ରେ ଛଡାଯାଇଥିଲା । ଆଜି ଏହି ବସ୍‌ ବ୍ରହ୍ମପୁର ରେଳ ଷ୍ଟେସନରେ ସମସ୍ତ ତୀର୍ଥ ଯାତ୍ରୀଙ୍କୁ ଛାଡିବ । ସେଠାରୁ ସେମାନେ ରେଳ ଯୋଗେ ତୀର୍ଥ ଯାତ୍ରା କରିବେ ।

hiranchal ad1
Leave A Reply

Your email address will not be published.

13 + 3 =