ପାରା ପ୍ରେମରେ ଗଣପତିଙ୍କ ପରିବାର; ୫ହଜାର ପାରାକୁ ସୁରକ୍ଷା ଦେଇ ମୁଖ୍ୟମନ୍ତ୍ରୀଙ୍କଠାରୁ ଜିତିଛନ୍ତି ପୁରସ୍କାର

0 56

ନୂଆପଡ଼ା : ମଣିଷ ଦିନକୁ ଦିନ ଜୀବଜନ୍ତୁଙ୍କ ପ୍ରତି ହିଂସ୍ର ହୋଇ ପଡିଛି ହେଲେ ସମଜରେ ଏବେ ମଧ୍ୟ ଏମିତି ବ୍ୟକ୍ତି ଆଛନ୍ତି ଯେଉଁମାନେ ପଶୁପକ୍ଷୀଙ୍କ ପ୍ରମରେ ପଡିଛନ୍ତି । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ନୂଆପଡାର ଗଣପତି ନାଏକ । ସେ ପ୍ରତିଦିନ ପ୍ରାୟ ୫ ହଜାର ପାରାଙ୍କୁ ଖାଦ୍ୟ ପ୍ରଦାନ କରିବା ସହ ସେମାନଙ୍କ ସୁରକ୍ଷା ଦାୟିତ୍ୱ ନେଇଛନ୍ତି । ଯାହା ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ପାତ୍ର କରିଛି । ଏଭଳି ନିଆରା ପ୍ରୟାସ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ମଧ୍ୟ ପୁରିସ୍କୃତ ହୋଇଛନ୍ତି । ସୂଚନା ଯୋଗ୍ୟ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଘୁଚାଗୁଡା ଗାଁର ଗଣପତି ନାଏକ ଦୀର୍ଘ ଦିନ ପଶୁପକ୍ଷୀଙ୍କ ବଂଶ ବୃଦ୍ଧି କରିବା ଉଦ୍ଦେଶ୍ୟରେ ୨ଟି ପାରା ଆଣି ରଖିଥିଲେ । ପରେ ପାରା ପ୍ରେମରେ ତାଙ୍କ ପରିବା ଏମିତି ପଡିଥିଲେ ଯେ ତାହା ବର୍ତ୍ତମାନ ୫ ହଜାରେ ପହଞ୍ଚିଛି । ଗଣପତି ପ୍ରତିଦିନ ୫ ହଜାର ପାରାଙ୍କୁ ଖାଦ୍ୟ ଦେବା ସହ ସେମାନେ ରହିବା ପାଇଁ ଅସ୍ଥାୟୀ ଘର ମଧ୍ୟ କରିଛନ୍ତି ।

hiring

ନୂଆପଡା ଭଳି ଆଦିବାସୀ ଜିଲ୍ଲାରେ ଲୋକମାନେ ଅନ୍ଧ ବିଶ୍ୱସରେ ପଡି ପଶୁପକ୍ଷୀଙ୍କ ବଳି ପ୍ରଥାକୁ ବଜାୟ ରଖୁଛନ୍ତି । ହେଲେ ଗଣପତି ଆନ୍ଧ ବିଶ୍ୱାସ ଠାରୁ ଦୂରରେ ରହି ଜୀବଜନ୍ତୁଙ୍କ ସୁରକ୍ଷାର ବାର୍ତ୍ତା ବାଣ୍ଟୁଛନ୍ତି । ଗଣପତିଙ୍କ ଏଭଳି କାମ ଦେଖି ସ୍ଥାନୀୟ ଅଞ୍ଚଳରେ ପାରାପ୍ରେମୀ ଗଣପତି ବୋଲି ତାଙ୍କୁ ଡାକୁଛନ୍ତି ।ଗଣପତି କହିଛନ୍ତି, “ମଣିଷ ଭଳି ପାରାଙ୍କର ମଧ୍ୟ ବଞ୍ଚିବାର ଅଧିକାର ଅଛି । ସେ ମଧ୍ୟ ମୁକୁ ଆକାଶରେ ଉଡି ଉଡି ବଞ୍ଚିବ । ସେଥିପାଇଁ ମୁଁ ପାରାକୁ ସୁରକ୍ଷା ଦେଉଛି । ପାରା ସୁରକ୍ଷା କାମରେ ମୋତେ ମୋର ସ୍ୱୀ ମୋର ଭାଇ ସାହାଯ୍ୟ କରନ୍ତି । ଏତେ ସଂଖ୍ୟକ ପାରାକୁ ଦେଖି ଭୋକ ଶୋଷ ମେଣ୍ଟିଯାଏ ।’ସଭ୍ୟ ସମାଜରେ ପାରାପ୍ରେମୀ ଗଣପତିଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ନୂଆପଡାବାସୀ । ଗଣପତିଙ୍କ ଏଭଲି ପ୍ରଶଂସନୀୟ କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ପୁରସ୍କୃତ ହୋଇଛନ୍ତି ଏଭଳି ସମ୍ମାନ ପାଇଁ ନିଜକୁ ଅଧିକ ଉତ୍ସାହିତ ହୋଇଥିବା କହିଛନ୍ତି । ଏବେ ଗଣପତିଙ୍କ ସମେତ ପୂରା ପରିବାର ପ୍ରେମରେ ପଡିଛନ୍ତି ।

hiranchal ad1
Leave A Reply

Your email address will not be published.

one × 5 =