ଦୁର୍ନୀତି ନିବାରଣ ପାଇଁ ସଚେତନତା କାର୍ଯ୍ୟକ୍ରମ

0 48

ବୌଦ୍ଧ,୩୦/୧୦:- ଦୁର୍ନୀତି ନିବାରଣ ସଚେତନତା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ରାଜ୍ୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ଶପଥ ପାଠ କରାଇଛନ୍ତି । ଅନୁରୂପ ଭାବେ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅସ୍ୱାନ ହଲ୍‌ରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଶପଥ ପାଠ କରାଇ ଦୁର୍ନୀତି ନିବାରଣ ଦିଗରେ ସରକାରଙ୍କ ଦ୍ୱାରା କରାଯାଇଥିବା ସମସ୍ତ ବ୍ୟବସ୍ଥାକୁ କଡାକଡି ପାଳନ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ସମସ୍ତ ନାଗରିକ ଓ ଜନସାଧାରଣ ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ । ସମସ୍ତଙ୍କର ମିଳିତ ଉଦ୍ୟମରେ କିପରି ଦେଶରୁ ଦୁର୍ନୀତିର ମୂଳୋତ୍ପାଟନ ହୋଇପାରିବ ସେନେଇ ସମସ୍ତ ନାଗରିକ ସଦାସର୍ବଦା ଚେଷ୍ଟା ଜାରିରଖିବାକୁ ଶ୍ରୀ ସ୍ୱାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଚିକିତ୍ସା ମୁଖ୍ୟ ଡାକ୍ତର ସଂଘମିତ୍ରୀ ପଣ୍ଡା, ସହକାରୀ ଜିଲ୍ଲାପାଳ ଶାଶ୍ୱତ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଆଜିଠାରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ଏହି ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

hiranchal ad1
Leave A Reply

Your email address will not be published.

3 × 3 =