ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ତରଫରୁ ସମ୍ବିଧାନ ଦିବସ ପାଳିତ

0 284

ବୌଦ୍ଧ, ୨୬/୧୧- ବୌଦ୍ଧଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ତରଫରୁ କଚେରୀଛକ ସ୍ଥିତ ଜିଲ୍ଲା ସାମ୍ବାଦିକ ଫୋରମ କାର୍ଯ୍ୟାଳୟ ପରିସରରେ ୭୩ତମ ସମ୍ବିଧାନ ସଂକଳ୍ପ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା କାର୍ଯ୍ୟନିର୍ବାହୀ କମିଟି ସଭାପତି ବଟକୃଷ୍ଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପୂର୍ବରୁ କଚେରୀଛକ ଠାରେ ଥିବା ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । କନ୍ଧମାଳ ଜିଲ୍ଲାର ବରିଷ୍ଠ ଆଇନଜୀବୀ, ସମାଜସେବୀ ତଥା ଜାଗ୍ରତ କନ୍ଧମାଳ ଓଡିଆ ସାମାଜିକ ସଂଗଠନର ସାଧାରଣ ସଂପାଦକ ସତ୍ୟନାରାୟଣ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ପରିଷଦର ମୁଖ୍ୟ ଉପଦେଷ୍ଟା ଶମ୍ଭୁନାଥ ମହାନନ୍ଦିଆ ମୁଖ୍ୟବକ୍ତା ଭାବେ ଏବଂ ବରିଷ୍ଠ ସମାଜସେବୀ ଅନାଦୀ ବାଦୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସମ୍ବିଧାନ ସଂକଳ୍ପ ଦିବସର ମହତ୍ତ୍ୱ, ତାତ୍ପର୍ଯ୍ୟ, ଆମ୍ବେଦକରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ବୈଠକ ପ୍ରାରମ୍ଭରେ ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ ସଙ୍ଗଠନର ଲକ୍ଷ୍ୟ, ଉଦ୍ଦେଶ୍ୟ, ଆଭିମୁଖ୍ୟ ତଥା ଆଗାମୀଦିନର କାର୍ଯ୍ୟଖସଡା ଉପରେ ଉପସ୍ଥିତ କାର୍ଯ୍ୟକର୍ତ୍ତା ଏବଂ ସମାଜସେବୀ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପରିଷଦର ଜିଲ୍ଲା ଉପ-ସଭାପତି ବସନ୍ତ କୁମାର ଖୁରା, ରୋହିତ କହଁର, ସହକାରୀ କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡି, ସଂଗଠନ ସଂପାଦକ ଦେବଦତ୍ତ ସାଗର, ବରିଷ୍ଠ ସଦସ୍ୟ ପ୍ରସନ୍ନ ମହାନନ୍ଦିଆ, ପ୍ରଦ୍ୟୁମ୍ନ ଦାଶ , କ୍ଷେତ୍ରମୋହନ ମହାନନ୍ଦ, ସଂଘମିତା କହଁର, ପ୍ରଜାପତି ଭବସାଗର, ସନ୍ତୋଷ ବେହେରା, ପ୍ରଫୁଲ୍ଲ ବେହେରା ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ଉପ-ସଭାପତି ମକରଧ୍ୱଜ ମହାନନ୍ଦିଆ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

4 × 1 =