’ରାମ ଗାଥାରେ ସାମାଜିକ ପ୍ରଭାବ ଓ ବୌଦ୍ଧର ରାମଲୀଳା’ ଶୀର୍ଷକ ଆଲୋଚନା ଚକ୍ର

0 32

ବୌଦ୍ଧ,୨୬/୪- ଶ୍ରୀରାମଲୀଳା ଯାତ୍ରା ଉପଲକ୍ଷେ ବୌଦ୍ଧଠାରେ “ରାମ ଗାଥାରେ ସାମାଜିକ ପ୍ରଭାବ ଓ ବୌଦ୍ଧର ରାମଲୀଳା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପଲ୍ଲିଶ୍ରୀ ଓ ପୁସ୍ତକ ମେଳାର ତୃତୀୟ ଦିବସରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଉଦଘାଟକ ଭାବରେ ପୂର୍ବତନ ବାଚସ୍ପତି ତଥା ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ବରେଣ୍ୟ ଅତିଥି ଭାବରେ ବରଗଡ଼ ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ପୂଜାରୀ, ପ୍ରଖ୍ୟାତ କବି ଓ ସାହିତ୍ୟିକ ରାମକୃଷ୍ଣ ସାହୁ, ସମ୍ମାନୀତ ଅତିଥି ଭାବରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ପ୍ରାଧ୍ୟାପକ ବାସୁଦେବ ପାତ୍ର, ବିଶିଷ୍ଟ ନାଟ୍ୟକାର ହୃଦାନନ୍ଦ ମେହେର ଓ ବୌଦ୍ଧ ଜିଲ୍ଲା କଲଚରାଲ ଏକାଡେମୀର ସଭାପତି ହରିହର ପ୍ରଧାନ ଯୋଗଦେଇଥିଲେ । ଜିଲ୍ଲା ସଂସ୍କୃତି ପରିଷଦ ସଦସ୍ୟ, ପ୍ରାକ୍ତନ ସଦସ୍ୟ ଓଡିଶା ସାହିତ୍ୟ ଏକାଡେମୀ ନୀଳଲୋହିତ ମହାପାତ୍ର ସ୍ୱାଗତ ସମ୍ବାଷଣ ଓ ଅତିଥି ପରିଚୟ ପ୍ରଦାନ ସହ ଆଲୋଚନା ଚକ୍ରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଆଲୋଚନା ଚକ୍ରରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ, ବରିଷ୍ଠ ସାମ୍ବାଦିକ ରଜନୀକାନ୍ତ ଦାସ, ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ, ଗବେଷକ ବିଶେଶ୍ୱର ପୃଷ୍ଟି, ଜିଲ୍ଲା ଉନ୍ନୟନ ପରିଷଦର ସଭାପତି ଚିତ୍ତରଞ୍ଜନ ଦାସ, ଗବେଷକ ସତ୍ୟନାରାୟଣ ପାଣି, ସମ୍ବାଦ ସାହିତ୍ୟ ଘର ବୌଦ୍ଧର ସମ୍ପାଦକ ରମେଶ ପ୍ରସାଦ ମେହେର, ସାମ୍ବାଦିକ ରଘୁନାଥ ଷଡ଼ଙ୍ଗୀ, ବୌଦ୍ଧ କଲଚରାଲ ଏକାଡେମୀର ସମ୍ପାଦକ ସୁଶାନ୍ତ କୁମାର ମହାପାତ୍ର, ଓଡିଶା ଲେଖିକା ସଂସଦ ବୌଦ୍ଧ ଶାଖାର ସମସ୍ତ ସଦସ୍ୟା, ରାମଲୀଳା ନାଟ୍ୟ ସଂସଦର ସମସ୍ତ କର୍ମକର୍ତ୍ତା, ସାହିତ୍ୟିକ ଗୋପାଳ ଅମାତ, ଗୁରୁ ଦେବାଙ୍ଗନ ମେହେର, ସମାଜସେବୀ ଜୟନାରାୟଣ ମହାନ୍ତି, ବରିଷ୍ଠ ନାଗରିକମାନେ ଯୋଗ ଦେଇଥିଲେ । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଖଲିଆବଗିଚା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ । ଶେଷରେ ଯୁବ ସାହିତ୍ୟିକ ସନ୍ତୋଷ କୁମାର କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

six + fourteen =