ବୌଦ୍ଧ ପଲ୍ଲିଶ୍ରୀ ଓ ପୁସ୍ତକମେଳାର ତୃତୀୟ ସନ୍ଧ୍ୟା, ସମ୍ବଲପୁରୀ ନୃତ୍ୟ ମନ ମୋହିଲା

0 140

ବୌଦ୍ଧ,୨୬/୪- ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସଭାପତିତ୍ୱରେ ଅନୁଷ୍ଠିତ ପଲ୍ଲିଶ୍ରୀ ଓ ପୁସ୍ତକ ମେଳାର ତୃତୀୟ ଦିବସର ସନ୍ଧ୍ୟା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଣ୍ଟାମାଳ ବିଧାୟକ ମହୀଧର ରଣା ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ସିନେ ତାରକା ମନୋଜ ମିଶ୍ର, ସିନେ ନିର୍ଦ୍ଦେଶକ ଚିନ୍ମୟ ମିଶ୍ର, ସିନେ ତାରକା ମମତା ନନ୍ଦ, ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ଗବେଷକ ପ୍ର. ସୁଦର୍ଶନ ପୂଜାରୀ, ସାହିତ୍ୟିକ ରାମକୃଷ୍ଣ ସାହୁ ଯୋଗ ଦେଇଥିଲେ । ସହକାରୀ ଶିକ୍ଷକ ପ୍ରମୋଦ କୁମାର ସାହୁ ସ୍ୱାଗତ ଭାଷଣ ଦେଇଥବାବେଳେ ସଭା ଶେଷରେ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସମସ୍ତ ମଞ୍ଚାସୀନ ଅତିଥିଙ୍କ ସହ ଶିଶୁ କଳାକାର ପ୍ରିୟାଂଶୀ ପ୍ରିୟଦର୍ଶିନୀ ସାହୁ (ଶିଶୁ କଳାକାର ), ସିନେ କଳାକାର ଆସ୍ଥା ଆଦ୍ୟାଶା ଦାଶ, ସାହିତ୍ୟିକ ରାମକୃଷ୍ଣ ସାହୁ, ସୁଦର୍ଶନ ପୂଜାରୀ, ହରିହର ପ୍ରଧାନ, ବାସୁଦେବ ପାତ୍ର, ହୃଦାନନ୍ଦ ମେହେର, ସାହିତ୍ୟିକ ନୀଳଲୋହିତ ମହାପାତ୍ରଙ୍କୁ ସମର୍ଦ୍ଧିତ କରାଯାଇଥିଲା ।

hiring

ସନ୍ଧ୍ୟା କାର୍ଯ୍ୟକ୍ରମରେ ମା ବାଉରୀ ବୁଢ଼ୀ ଦଣ୍ଡ ସଂସଦ, ଜାମୁପାଲି, ମହିଳା ସଂକୀର୍ତନ ମଣ୍ଡଳୀ ବାବା ଭୀମ ବୁଢା, ବାରଡୋଲ, ମଙ୍ଗଳ ମହୁରୀ (ମାଲେଶ୍ରୀ ବାଦ୍ୟ )ସହ ପୂଜାର୍ଚ୍ଚନା ଓ ମଙ୍ଗଳ ଆଳତୀ, ଶ୍ରୀ ରାମଲୀଳା ଯାତ୍ରା -ଲଙ୍କା କାଣ୍ଡ, ଶ୍ରୀ ରାମଲୀଳା ନାଟ୍ୟ ସଂସଦ, ବିରିଗଡ଼, ବୌଦ୍ଧ, ଗେହ୍ଲାମା, ବୌଦ୍ଧ -ପଞ୍ଚ ମହାଦେବୀ, ଶଙ୍କର ଏବଂ ସାଥି, ଲୋଇସିଂହା -ସମ୍ବଲପୁରୀ ନୃତ୍ୟ ଏବଂ ପ୍ରଣାମ ମାତୃମଣ୍ଡଳୀଙ୍କ ସମ୍ବଲପୁରୀ ନୃତ୍ୟ ଦର୍ଶକମାନଙ୍କ ମନ ମୁଗ୍ଧ କରିଥିଲା । ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାନ୍ତି, ପି.ଡି.ଡି.ଆର. ଡି.ଏ. ଅଶ୍ୱିନୀ କୁମାର ମେହେର, ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା, ଜ଼ିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ, ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର ପ୍ରମୁଖ ଯୋଗଦେଇ କଳାକାରଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ପରେ ଅତିଥିମାନେ ବୁଟୁପାଲିକୁ ଯାଇ ପାଲ୍ଲା, ଦାସକାଠିଆ ପରିବେଷଣ କରୁଥିବା କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

hiranchal ad1
Leave A Reply

Your email address will not be published.

5 × two =