ନେତାଜୀ ସୁଭାଷ ବୋଷ ଜୁନିୟର କଲେଜରେ ଇତିହାସ କଂଗ୍ରେସ୍‌ ଉଦ୍‌ଘାଟିତ

0 31

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁଭାଷ ବୋଷ ଜୁନିୟର କଲେଜରେ କନ୍ଧମାଳ ଜିଲ୍ଲା ଇତିହାସ କଂଗ୍ରେସ ଡଃ. ସୁନୀଲ କୁମାର ପାତ୍ର ଅଧିକ୍ଷକଙ୍କ ସଭାପତିତ୍ୱରେ ଅୟୋଜିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡଃ. ମନ୍ମଥ ପାଢୀ ପୂର୍ବତନ କୁଳପତି ଖଲିକୋଟ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ଯୋଗ ଦେଇ କନ୍ଧମାଳ ଜିଲ୍ଲାର ଐତିହ, ପରମ୍ପରା ଓ କିର୍ତ୍ତିରାଜୀ ଉପରେ ଗୁରୁତ୍ୱ ଦେଇ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ତଥା ମୁଖ୍ୟବକ୍ତା ଡଃ. ସଦାନନ୍ଦ ନାୟକ ଇତିହାସ ବିଭାଗର ବିଭାଗୀୟ ମୁଖ୍ୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଯୋଗ ଦେଇ ଇତିହାସ କଂଗ୍ରେସ୍‌ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଅଗାମୀ ଦିନରେ ଜିଲ୍ଲାରେ ଇତିହାସ କଂଗ୍ରେସ୍‌ରେ କିଭଳି ସମସ୍ତେ ସାମିଲ ହୋଇପାରିବେ ବୋଲି ନିଜର ମତ ରଖିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଦୁଃଖବନ୍ଧୁ ନାୟକ ଉପ ଜିଲ୍ଲାପାଳ ବାଲିଗୁଡା ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରି କନ୍ଧମାଳ ଜିଲ୍ଲାର ଲୁକ୍କାୟିତ ଐତିହ ସଂସ୍କୃତି ଓ ପରମ୍ପରା ସୁରକ୍ଷା ସହିତ ଲୋପ ପାଇ ଯାଉଥିବା ଲୋକ ସଂସ୍କୃତି ଉପରେ ଅଧିକ ଗବେଷଣା ଓ ଅଧ୍ୟୟନର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏହି ଭବ୍ୟ ସମାବେଶରେ ଜିଲ୍ଲାର ସମସ୍ତ +୨ ଓ +୩ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଓ ଗବେଷକ ଯୋଗ ଦେଇ ନିଜର ମତ ପ୍ରଦାନ କରିଥିଲେ । ଅଧ୍ୟାପକ ସତ୍ୟରଞ୍ଜନ ପାଣିଗ୍ରାହୀ ସ୍ୱାଗତ ଭାଷଣ ସହି ଅଧ୍ୟାପକ ଦୁଃଖ୍ୟଶ୍ୟାମ ମହାରଣା ଅତିଥ ପରିଚୟ ପ୍ରଦାନ କରିଥିଲେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ସହ ଓଡିଶୀ ନୃତ୍ୟ ଓ ଆଦିବାସୀ ନୃତ୍ୟ ପରିବେଶଣ କରାଯାଇଥିଲା । ଏହି ସମାବେଶକୁ ସଫଳ କରିବା ପାଇଁ ଅଧ୍ୟାପକ ଭଞ୍ଜ କିଶୋର ନାୟକ, ରଞ୍ଜନ କୁମାର ନାୟକ, ସମୀର କହଁର, ଅଧ୍ୟାପିକା କୁମାର ପଦ୍ମାବତୀ ସାହୁ ଓ ଅଣ ଶିକ୍ଷକ କର୍ମଚାରୀ ପ୍ରକାଶ ସାହୁ, ପ୍ରଶାନ୍ତ ସାହୁ ଓ ବିଷ୍ଣୁ ବଡ ଦଳେଇ ସମାବେଶରେ ସେଭ ୱାଟର ଓ ସେଭ ଲାଇଫ ଉପରେ ଏକ କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା । ସର୍ବ ଶେଷରେ ଅଧ୍ୟକ୍ଷ ଡଃ. ସୁନୀଲ କୁମାର ପାତ୍ର ସମସ୍ତ ନିମନ୍ତ୍ରୀତ ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

nine − 1 =