ବୌଦ୍ଧଜିଲ୍ଲା ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ବୈଠକ

0 85

ବୌଦ୍ଧ,୨୪/୯- ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ବୌଦ୍ଧଜିଲ୍ଲା ବାଲ୍ୟବିବାହ ପ୍ରତିରୋଧ ମଞ୍ଚର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଆକ୍ସନଏଡର ରାଜ୍ୟ ପରାମର୍ଶଦାତା ଘାସିରାମ ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋସ୍ନା ଭୋଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ, ଡିସିପିଓ ରାହୁଲ ପ୍ରଧାନ, ଡିଏସଏସଓ, ସିଡିଏମଓ, ସିଡବ୍ଲୁସି ଚେୟାରମ୍ୟାନ ସାକ୍ଷୀଗୋପାଳ ପ୍ରଧାନ, ଆକ୍ସନ ଏଡ ଜିଲ୍ଲା ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାସ, ୱାଇସିଡିଏର ପ୍ରୋଗ୍ରାମ ମ୍ୟାନେଜର ସୁରେଶ ପ୍ରଧାନ, ଅରୁଣ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ବୈଠକଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏହି ବୈଠକରେ ଜିଲ୍ଲାପାଳ ବାଲ୍ୟବିବାହକୁ ନାଁ କରିଥିବା ଏବଂ ପ୍ରଶାସନର ସହାୟତାରେ ପାଠପଢା ଜାରି ରଖିଥିବା ୩ଟି ବ୍ଲକର ୫ଜଣ ବାଳିକାଙ୍କୁ ସମ୍ମାନିତ କରିଥିଲେ । ଶ୍ରୀଯୁକ୍ତ ଘାସିରାମ ପଣ୍ଡା ଆଗକୁ କିପରି ଆହୁରି ଅଧିକ ପରିମାଣରେ ଏହିପରି ପିଲାମାନେ ନିଜେ ବାଲ୍ୟବିବାହକୁ ନାଁ କହିଲେ ଜିଲ୍ଲା ବାଲ୍ୟବିବାହ ମୁକ୍ତ ହୋଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ । ଏହିପରି ସାହାସୀ ପିଲାମାନଙ୍କୁ ସାହାସିକତା ପୁରସ୍କାରରେ ପୁରସ୍କୃତ କଲେ ଅନ୍ୟମାନଙ୍କ ପାଇଁ ସେମାନେ ଆଦର୍ଶ ହୋଇପାରିବେ ବୋଲି କହିଥିଲେ । ଜିଲ୍ଲାପାଳ ଆଗକୁ ଏହିପରି ବାଲ୍ୟବିବାହରୁ ଉଦ୍ଧାର ପାଉଥିବା ବାଳକ, ବାଳିକାମାନଙ୍କର କିପରି ସର୍ବାଙ୍ଗ ଥଇଥାନ ହୋଇପାରିବ, ଉପସ୍ଥିତ ଥିବା ସମସ୍ତ ବିଭାଗର ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭୋଇ ମଧ୍ୟ ଏହି ପିଲାମାନଙ୍କୁ ସବୁପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ଦେଇଥିଲେ । ସିଡବ୍ଲୁସି ଚେୟାରମ୍ୟାନ ପିଲାମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ । ଶେଷରେ ପ୍ରବିଜ୍ଞା ଦାସ, ସୁରେଶ ପ୍ରଧାନ ଓ ଅରୁଣ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏହି ପିଲାମାନେ ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ଗଠନ କରିଥିଲେ । ଏହି ମଞ୍ଚର ଆଗାମୀ କାର୍ଯ୍ୟକ୍ରମ (ବାଲ୍ୟବିବାହ ନିଷେଧ ପାଇଁ ) ବିଷୟରେ ଆଲୋଚନା କରିଥିଲେ । ଶେଷରେ ସିଡିପିଓ ଶ୍ରୀମତୀ ନିରୁପମା ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

one × 5 =