ବୌଦ୍ଧ ବ୍ଲକରେ ଶିଶୁଙ୍କ ପାଇଁ ଦିନଟିଏ

0 178

ଜହ୍ନ ।ପଙ୍କ,୨୪/୯ – ବୌଦ୍ଧ ବ୍ଲକ ପରିସରରେ ଓ ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତ ସ୍ତରରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧବ୍ଲକ ସି ଡ଼ି ପି ଓ ମିନତୀ ଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ । ରେବତୀ ମହାଲିକ ଯୋଗଦେଇ ଆଶୀର୍ବାଦ ଯୋଜନାର କାର୍ଡ ବାଣ୍ଟିଥିଲେ । ଶ୍ରୀମତୀ ଦେଓ କିଶୋର କିଶୋରୀ ମାନଙ୍କ ଅଧିକାର ଓ କର୍ତ୍ତବ୍ୟ ଦକ୍ଷତା ସମ୍ପର୍କରେ କହିଥିଲେ । ବାଲ୍ୟ ବିବାହ ନିରୋଧ, ଶିଶୁ ଶ୍ରମିକ ନିରୋଧ ସମ୍ପର୍କରେ ସଚେତନତା ବାର୍ତା ଦେଇଥିଲେ । କାର୍ଯ୍ୟକ୍ରମରେ ଜିପିଓ, ବି ଏସ୍‌ ଏସ୍‌ ଓ ,ସ୍ୱାସ୍ଥ୍ୟ ଅଧିକାରୀ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଧନଞ୍ଜୟ ଖମାରି ସହଯୋଗ କରିଥିବାବେଳେ ବସନ୍ତ ଦିଶିରି ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

three × 5 =