କଣ୍ଟାମାଳରେ ଶିଶୁ ପାଇଁ ଦିନଟିଏ: ଆଶିର୍ବାଦରେ ସାମିଲ ହେଲେ ୧୦୭ ଶିଶୁ

0 171

କଣ୍ଟାମାଳ,୨୪/୯- ଆଜି କଣ୍ଟାମାଳ ସଭା ଗୃହଠାରେ କଣ୍ଟାମାଳବ୍ଳକ ସ୍ତରୀୟ ଶିଶୁ ସୁରକ୍ଷା କମିଟି, ବ୍ଳକ ସ୍ତରୀୟ କିଶୋର/କିଶୋରୀ ଦକ୍ଷତା ବୃଦ୍ଧି ଓ ବାଲ୍ୟ ବିବାହ ଟାସ୍କ ଫୋର୍ସ ଏବଂ ବ୍ଳକ ସ୍ତରୀୟ ଶିଶୁ ଶ୍ରମିକ ନିଷେଧ ଟାସ୍କ ଫୋର୍ସର ତ୍ରୟୋମାସିକ ବୈଠକ ଶିଶୁ ପାଇଁ ଦିନଟିଏକୁ ନେଇ ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧ୍ୟକ୍ଷା ଯଜେ୍ଞଶ୍ୱରୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ଅଧିକାରୀ ଜୋତ୍ସ୍ନାରାଣୀ ପାଢୀ ଅତିଥି ପରିଚୟ କରି ଶିଶୁମାନଙ୍କ ପାଇଁ ରହିଥିବା ବିଭିନ୍ନ ଯୋଜନା ସଂପର୍କରେ ମତ ରଖି ଥିଲେ । ବିଡିଓ ବନ୍ଦନା ଖଟୁଆ, ଅଧ୍ୟକ୍ଷା ଯଜେ୍ଞଶ୍ୱରୀ ପ୍ରଧାନ, ଟାସ୍କ ଫୋର୍ସର ସଦସ୍ୟ ଦିବ୍ୟଶଙ୍କର ରାଉତ ପ୍ରମୁଖ କିଶୋର/କିଶେରୀ ଦକ୍ଷତା ବୃଦ୍ଧି, ବାଲ୍ୟ ବିବାହ ନିରାକରଣ, ଶିଶୁ ଶ୍ରମିକ ଉଚ୍ଛେଦ, ଶିଶୁ ଚାଲାଣ ଓ ଆଶିର୍ବାଦ ଯୋଜନା ଉପରେ ମତବ୍ୟକ୍ତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ରାଜେନ୍ଦ୍ର ମଲିକ, ସୁଶାନ୍ତ ଭୋଇ ପରିଚାଳନା କରିଥିବା ବେଳେ ଏହି ଅବସରରେ ୫ ଜଣ ଆଶିର୍ବାଦ ଯୋଜନାର ହିତାଧିକାରୀଙ୍କୁ ଆଶିର୍ବାଦ କାର୍ଡ ପ୍ରଦାନ କରାଯାଇଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ଆଶିର୍ବାଦ ଯୋଜନାରେ କଣ୍ଟାମାଳବ୍ଳକର ମୋଟ ୧୦୭ ଜଣ ଶିଶୁ ସାମିଲ ହୋଇ ମାସିକ ୧୫୦୦ ଟଙ୍କାର ସହାୟତା ପାଉଥିବା ଜଣାଯାଇଛି ।

hiranchal ad1
Leave A Reply

Your email address will not be published.

one × two =