କଣ୍ଟାମାଳ: ଅଜଣା ଟ୍ରକ ଚାପରେ ଜଣକର ମୃତ୍ୟୁ

0 144

କଣ୍ଟାମାଳ,୨୪/୯- ଆଜି ସନ୍ଧ୍ୟା ସମୟରେ ମନମୁଣ୍ଡା-କଣ୍ଟାମାଳ ୪୧ ନଂ ରାଜ୍ୟ ରାଜପଥର ଖଲିଆପାଲି ନିକଟରେ ଏକ ଟ୍ରକ ଜଣେ ବାଇକ ଆରାହୀକୁ ଧକ୍କା ଦେବା ଫଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ଖବର ପାଇ ୧୦୮ ଆମ୍ବୁଲାନ୍ସ ଗୁରୁତର ବ୍ୟକ୍ତି ଜଣକୁ କଣ୍ଟାମାଳ ଡାକ୍ତରଖାନା ନେଇଥିଲେ ହେଁ ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଥିବା ପ୍ରକାଶ । ଏହା ନେଇ କଣ୍ଟାମାଳ ଥାନାରେ ମକଦ୍ଦମା ଋଜ୍ଜୁ ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଫେରାର ମାରିଥିବା ଜଣାଯାଇଛି । ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣକ ସୁବର୍ଣ୍ଣପୁର ଜିଲ୍ଲା ଠେଲକୋମୁଣ୍ଡାର ଭରତ ସେଠୀ । ଏକ ହିରୋ ହୋଣ୍ଡା ବାଇକ ନଂ ଓଆର୦୩ ଇ-୭୩୩ ରେ ପଲସାଗୋରାରୁ ଫେରି ନିଜ ଗାଁକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାଯାଇଛି ।

hiranchal ad1
Leave A Reply

Your email address will not be published.

four × 2 =