ବିଭିନ୍ନ ଦାବିନେଇ ନିର୍ମାଣ ଶ୍ରମିକ ୟୁନିୟନ ସମନ୍ୱୟ ସମିତିର ଗଣଧାରଣା

0 56

ବୌଦ୍ଧ,୩୦/୧୧:- ଆଜି ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ ଶ୍ରମିକ ୟୁନିୟନ ସମନ୍ୱୟ ସମିତି ତରଫରୁ ଗଣଧାରଣା ଦିଆଯାଇଛି । ଏହି ଗଣଧାରଣାରେ ଶତାଧିକ ମହିଳା ଓ ପୁରୁଷ ନିର୍ମାଣ ଶ୍ରମିକ ସାମିଲ ହୋଇଛନ୍ତି । ୨୦୧୯-୨୦ ମସିହାରୁ ସେମାନଙ୍କୁ ଶିକ୍ଷା ସହାୟତା ରାଶି ଦିଆଯାଇନଥିବାବେଳେ ବିବାହ ସହାୟତା ରାଶି ପ୍ରଦାନରେ ମଧ୍ୟ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ୨ହଜାରରୁ ଉର୍ଦ୍ଧ୍ୱ ନିର୍ମାଣ ଶ୍ରମିକ ଝିଅ ବିବାହ ସହାୟତା ପାଇଁ ଆବେଦନ କରିଥିଲେ ସୁଦ୍ଧା ସେମାନଙ୍କୁ ତାହା ମିଳିନଥିବା କହିଛନ୍ତି । ଏଥିସହିତ କରୋନା ସମୟରେ ମୃତ୍ୟୁବରଣ କରିଥିବା ଶ୍ରମିକମାନେ ଟଙ୍କା ପାଇବାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି ।

hiring

ସବୁ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ନିର୍ମାଣ ଶ୍ରମିକ ୟୁନିଅନ ସମନ୍ୱୟ ସମିତି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଦିବାରାତ୍ର ଧାରଣାରେ ବସିରହିବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଗଣଧାରଣାରେ ଓଡିଶା ନିର୍ମାଣ ମଜଦୁର ସଭାର ଅର୍ଜୁନ ରଣା, ଓଡିଶା ନିର୍ମାଣ ଶ୍ରମିକ ସଂଘର ଅବକାଶ ସାହୁ, ଓଡିଶା କୃଷି ଏବଂ ଗ୍ରାମୀଣ ମଜଦୁର ସଂଘର ଲୋକନାଥ ଶତପଥୀ, ମା ଦୁର୍ଗା ନିର୍ମାଣ ଶ୍ରମିକ ସଂଘ, ବିଶ୍ୱକର୍ମା ବିଲଡିଂ ଓ କନଷ୍ଟ୍ରକସନ ୱାର୍କର ୟୁନିୟନ, ବୌଦ୍ଧଜିଲ୍ଲା ନିର୍ମାଣ ଶ୍ରମିକସଂଘ, ଜିଲ୍ଲା ଗ୍ରାମୀଣ ନିର୍ମାଣ ଶ୍ରମିକ ସଂଘ ପ୍ରମୁଖ ସାମିଲ ହୋଇଛି ।

hiranchal ad1
Leave A Reply

Your email address will not be published.

12 − one =