ଓଡିଶାରେ ଚାଷୀଙ୍କ ମାସିକ ହାରାହାରି ଆୟ କେତେ ଜାଣନ୍ତୁ

0 63

ନୂଆଦିଲ୍ଲୀ :ଦେଶରେ ଚାଷୀଙ୍କ ମାସିକ ହାରାହାରି ଆୟ କେତେ? କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ସଂସଦରେ ଏ ବାବଦରେ ପ୍ରଶ୍ନ ପଚାରିଥିବା ବେଳେ ଏହାର ଉତ୍ତର ରଖିଛନ୍ତି ସରକାର । ଦେଶର ପ୍ରତିଟି ରାଜ୍ୟର ଚାଷୀଙ୍କ ହାରାହାରି ମାସିକ ଆୟ କେତେ ତାହା ସ୍ପଷ୍ଟ କରିଛନ୍ତି ସରକାର । କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଲୋକସଭାରେ ଏନେଇ ଉତ୍ତର ରଖିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଏହି ଉତ୍ତର ଓଡ଼ିଶା ପାଇଁ ନିରାଶଜନକ ଖବର ଆଣିଛି । କାରଣ ଦେଶର ଅନ୍ୟ ଚାଷୀୟ ମାସିକ ଆୟ ଅପେକ୍ଷା ଓଡ଼ିଶା ଚାଷୀଙ୍କ ମାସିକ ହାରାହାରି ଆୟ ଯଥେଷ୍ଟ କମ ରହିଛି । ଓଡିଶାର ଚାଷୀଙ୍କ ମାସିକ ଆୟ ହାରାହାରି ୫୧୧୨ଟଙ୍କା ରହିଛି ।ଓଡିଶାର ତଳକୁ କେବଳ ଝାଡଖଣ୍ଡ ରହିଛି । ଯାହାର ଚାଷୀଙ୍କ ମାସିକ ଆୟ ହାରାହାରି ୪,୮୯୫ ଟଙ୍କା । ଏହି କ୍ରମରେ ଶୀର୍ଷ ରହିଛି ମେଘାଳୟ । ଏହି ରାଜ୍ୟର ଚାଷୀ ଆୟ ହାରାହାରି ୨୯,୩୪୮ ଥିବା ବେଳେ ପଞ୍ଜାବ ଚାଷୀଙ୍କ ଆୟ ୨୬,୭୦୧ ଟଙ୍କା । ସେହିପରି ଅରୁଣଚଳ ପ୍ରଦେଶର ଚାଷୀଙ୍କ ହାରାହାରି ଆୟ ରହିଛି ୧୯,୨୨୫ ଟଙ୍କା । ଭାରତର ଚାଷୀଙ୍କ ହାରାହାରି ଆୟ ୧୦,୨୧୮ ଟଙ୍କା ବୋଲି କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ତୋମାର ଆଜି ସଂସଦରେ କହିଛନ୍ତି ।

hiring
hiranchal ad1
Leave A Reply

Your email address will not be published.

5 × three =