ଓଡିଶାରେ ଛୁଇଁବ ବାତ୍ୟା !

0 156

ଭୁବନେଶ୍ବର : ଆଣ୍ଡାମାନ ସାଗରରେ ଆଜି ପୂର୍ବାହ୍ନରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତା ୪ ତାରିଖ ବେଳକୁ ଓଡ଼ିଶା ଉପକୂଳ ଆଡ଼କୁ ଆସିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଏହି ଲଘୁଚାପ ଆସନ୍ତା ୨ ତାରିଖ ସୁଦ୍ଧା ଏକ ଅବପାତରେ ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଏକ ବାତ୍ୟା ରୂପ ନେବ । ଏହି ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତା ୩ ତାରିଖରୁ ଓଡ଼ିଶାରେ ପ୍ରବଳ ବର୍ଷା ଓ ପବନ ଆରମ୍ଭ ହେବ । ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ବାତ୍ୟା ସ୍ଥଳଭାଗ ନିକଟବର୍ତ୍ତୀ ହେବା ବେଳେ ପବନର ବେଗ ଆହୁରି ବଢିପାରେ ବୋଲି ସେ କହିଛନ୍ତି । ମତ୍ସ୍ୟଜୀବୀ ମାନଙ୍କୁ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବାକୁ ସତର୍କ କରିଦିଆଯାଇଛି । ସେ କହିଛନ୍ତି ଯେ ୨ ତାରିଖରେ ଡିପ୍ରେସନରେ ପରିଣତ ହେବା ପରେ ଏହାର ଗତିପଥ ସମ୍ପର୍କରେ ସବିଶେଷ ତଥ୍ୟ ଜଣାପଡ଼ିବ । ତେବେ ବାତ୍ୟା ଦକ୍ଷିଣ-ଓଡ଼ିଶା ଓ ଉତ୍ତର-ଆନ୍ଧ୍ରପ୍ରଦେଶ ନିକଟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

hiranchal ad1
Leave A Reply

Your email address will not be published.

three × two =