ନାରାୟଣନଗରର ବାସି ରଥଯାତ୍ରା ଅଞ୍ଚଳରେ ନିଆରା

0 92

ବୌଦ୍ଧ/ଜହ୍ନ ।ପଙ୍କ,୨/୭: ବୌଦ୍ଧ ବ୍ଳକ ଲକ୍ଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ନାରାୟଣନଗରର ବାସି ରଥଯାତ୍ରା ନିଆରା । ୨ ବର୍ଷ କରୋନା କଟକଣା ଯୋଗୁଁ ରଥଯାତ୍ରା ବନ୍ଦ ଥିବାରୁ ଏବର୍ଷ ଭକ୍ତ ଓ ଭଗବାନ ଅପୂର୍ବ ମିଳନକୁ ଲୋକ ପ୍ରତୀକ୍ଷା କରି ରହିଥିଲେ ଚକାନୟନକୁ ଦେଖିବାକୁ । ଯେତେବେଳେ କାଳିଆ ସାଆନ୍ତେ ରଥ ।ରୁଢ଼ ହୁଅନ୍ତି ବଡଦାଣ୍ଡ ହୁଳହୁଳିରେ କମ୍ପିଉଠେ । ତେବେ ବହୁ ବର୍ଷରୁ ଏଠାରେ ବାସି ରଥଯାତ୍ରା ପାଳନ କରାଯାଏ । ଶୁକ୍ରବାର ଶ୍ରୀ ଜୀଉଙ୍କୁ ପହଣ୍ଡି ବିଜେ କରିବା ସହିତ ଅପରାହ୍ନ ୩ ଟାରେ ରଥାରୂଢ କରାଯାଇଥିଲା । ଏହା ପରେ ଛୋଟ ଛୋଟ ଶିଶୁଙ୍କୁ ରଥ ଛୁଆଁ ପର୍ବ ଆରମ୍ଭ ହୋଇଥିଲା । ତାପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ରଥ ଆଗରେ ବିଭିନ୍ନ ଗାଁରୁ ଆସିଥିବା ସଂକୀର୍ତ୍ତନ ,କୃଷ୍ଣ ଗୁରୁ ଦଳ ଓ ଶିଶୁ କଳାକାର ତାଙ୍କର ନୃତ୍ୟ ପରିବେଷଣ କରିଥିଲେ । ଶୁକ୍ରବାର ହରିବଂଶ ଛକ ନିକଟରେ ରଥ ଅଟକି ଥିଲା । ଶନିବାର ଦିତୀୟ ଦିନ ରଥାରୁଢ଼ ଶ୍ରୀ ଜୀଉଙ୍କ ରଥକୁ ଟଣାଯାଇ ଗଙ୍ଗାଧର ମେହେର ଛକ ଦେଇ ମାଉସୀ ମା ମନ୍ଦିରରେ ପହଁଚିଥିଲା । ରଥରୁ ଶ୍ରୀ ଜୀଉଙ୍କୁ ଓହ୍ଲାଇ ଗ୍ରାମବାସୀଙ୍କ ଦୁଆର ସମ୍ମୁଖରେ ବନ୍ଦାଣ ଘେନା ଯାଇଥିଲା । ରାତି ପ୍ରାୟ ୯ ଟା ପରେ ଶ୍ରୀ ଜୀଉଙ୍କୁ ମାଉସୀ ମନ୍ଦିରକୁ ନିଆଯାଇଥିଲା । ରବିବାର ଠାରୁ ମାଉସୀ ମନ୍ଦିରରେ ଶ୍ରୀ ଜୀଉ ବିଭିନ୍ନ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେବେ । ଅଞ୍ଚଳର ଜଗତି, ଆନନ୍ଦପୁର, ଧୁଡୁରୁବାହାଲ, ପଦ୍ମନପୁର, କମିରା, ବଢିଗାଁ ଆଦି ଗ୍ରାମରେ ରଥଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଥିଲା । ତେବେ ବ୍ୟବସାୟିକ ଦୃଷ୍ଟିକୋଣରୁ ଏଠାରେ ୨ ଦିନ ରଥଯାତ୍ରା ପାଳନ କରୁଥିବା ଗାଁର ବରିଷ୍ଠ ଲୋକ କହୁଥିବାବେଳେ କେହିକେହି ଏହାକୁ ବାସି ରଥଯାତ୍ରା ବୋଲି କହନ୍ତି । ତେବେ ଏହି ୨ ଦିନ ଧରି ଚାଲିଥିବା ରଥଯାତ୍ରାରେ ଗାଁ ର ପ୍ରତ୍ୟେକ ପରିବାର ସଦସ୍ୟ ନୂଆ ପୋଷାକ ପରିଧାନ କରି ବିଭିନ୍ନ ପ୍ରକାର ପିଠାପଣା କରି ରଥଯାତ୍ରାକୁ ଧୁମଧାମରେ ପାଳନ କରିଥାନ୍ତି । ତେବେ ଏହା ବ୍ୟତୀତ ସାହାଜପାଲ ଓ ବୁଟୁପାଲିରେ ମଧ୍ୟ ବାସି ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ନାରାୟଣନଗର ରଥଯାତ୍ରାରେ ୫ ହଜାରରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲା । ଭିଡକୁ ନିୟନ୍ତ୍ରଣ କରିବାକୁ ପୁଲିସ ମୁତୟନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

2 × four =