ସିନେପ୍ଲେକ୍ସ ଉଦଘାଟିତ

0 73

ନବରଙ୍ଗପୁର,୨/୭:- ନବରଙ୍ଗପୁର ଜିଲ୍ଲାର ପ୍ରଥମ ସିନେପ୍ଲେକ୍ସ ପବିତ୍ର ରଥଯାତ୍ରା ଅବସରରେ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ଜିଲ୍ଲା ପରିଷଦ ସିଇଓ ରତ୍ନାକର ସାହୁ, ଉପଜିଲ୍ଲାପାଳ, ପି.ଏ ଆଇଟିଏ ଅଭିମନ୍ୟୁ ମାଝୀ, ତହସିଲଦାର ରବୀନ୍ଦ୍ର କୁମାର ରାଉତ, ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ସୁରେଶ ବାବୁ ପ୍ରମୁଖ ମଞ୍ଚାସିନ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସିନେପ୍ଲେକ୍ସ ମାଲିକ ଦିବ୍ୟା ଭାରତୀ ସାବତ ସମସ୍ତ ଅତିଥିଙ୍କୁ ସ୍ୱାଗତ ଜଣାଇଥିଲା ବେଳେ ଅନ୍ୟତମ ମାଲିକ ସାଇ ପ୍ରସାଦ ସାବତ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ବରିଷ୍ଠ ଅଧିବକ୍ତା ଉମାଶାଙ୍କର ତ୍ରିପାଠୀ,ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର, ବରିଷ୍ଠ ଅଧିବକ୍ତା ଝାଡେଶ୍ୱର ଖଡଙ୍ଗା ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଟେଲିଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅତିଥି କିଛି କ୍ଷଣ ପାଇଁ ହଲରେ ଫିଲ୍ମ ଝଲକ ଦେଖିଥିଲେ । ହଲର ପ୍ରଥମ ସ୍କ୍ରିନରେ ମୋଟ ୨୫୦ ସିଟ ଥିବା ବେଳେ ଦ୍ୱିତୀୟ ସ୍କ୍ରିନରେ ମୋଟ ୫୨ଗୋଟି ସିଟ ଅଛି ଏବଂ ଟିକଟର ମୂଲ୍ୟ ୧୬୦ଟଙ୍କାରୁ ଆରମ୍ଭ ହୋଇ ୩୦୦ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି ବୋଲି ହଲ୍‌ମାଲିକ ଶ୍ରୀ ସାବତ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

three × two =