ନବବର୍ଷ ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରକ୍ତଦାନ ଶିବିର, ୬୩ ୟୁନିଟ ରକ୍ତ ସଂଗ୍ରହ

0 125

ବୌଦ୍ଧ,୧/୧: ନିଆରା ଢ଼ଙ୍ଗରେ ନୂତନ ବର୍ଷକୁ ସ୍ୱାଗତ ଜଣାଇଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ନୂତନ ବର୍ଷକୁ ସ୍ୱାଗତ ଜଣାଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ରକ୍ତଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅଭୟ କୁମାର ଦାସ , ଏଡିଏମ୍‌ଓ ଡାକ୍ତର କିଶୋର ପଟ୍ଟନାୟକ ଓ ଚତୁର୍ଭୁଜ ବାରିକଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ବିଭାଗର ଡାକ୍ତର, କର୍ମଚାରୀମାନେ ଶିବିରରେ ରକ୍ତଦାନ କରିଥିଲେ । ରକ୍ତ ଭଣ୍ଡାରର ଅଧିକାରୀ ଓ କର୍ମଚାରୀମାନେ ଶିବିର ପରିଚାଳନା କରିଥିଲେ । ୬୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ନୂତନ ବର୍ଷରେ ଡାକ୍ତରମାନଙ୍କ ଏପରି ପ୍ରୟାସକୁ ସବୁ ମହଲରେ ପ୍ରଶଂସା କରାଯାଉଛି ।

hiranchal ad1
Leave A Reply

Your email address will not be published.

two × 2 =