ବୌଦ୍ଧ: ବିଶିଷ୍ଟ କ୍ରୀଡାବିତ ତପନ ଦଳେଇଙ୍କ ବିୟୋଗରେ ଜିଲ୍ଲା ଫୁଟବଲ ଆସୋସିଏସନ ତରଫରୁ ଶୋକସଭା

0 735

ବୌଦ୍ଧ,୧୯/୧ – ବୌଦ୍ଧର ବିଶିଷ୍ଟ କ୍ରୀଡାବିତ ତଥା ଜିଲ୍ଲାର ସୁନାମଧନ୍ୟ ଫୁଟବଲ ଖେଳାଳୀ ଓ ରେଫରୀ ତପନ ଦଳେଇଙ୍କ ବିୟୋଗରେ ବୌଦ୍ଧର କ୍ରୀଡାମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ଆଜି ପ୍ରତ୍ୟୁଷରେ ତାଙ୍କର ଆକସ୍ମିକ ବିୟୋଗ ବୌଦ୍ଧରେ ଶୋକର ଛାୟା ଖେଳିଯାଇଥିଲା । ସ୍ୱର୍ଗତ ଶ୍ରୀ ଦଳେଇ ୬୦ବର୍ଷ ବୟସରେ ଅସୁସ୍ଥତା କାରଣ ବଶତଃ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ବିୟୋଗରେ ବୌଦ୍ଧର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ କ୍ରୀଡାବିତ ତାଙ୍କ ନୂଆସାହିସ୍ଥିତ ବାସଭବନରେ ଶେଷଦର୍ଶନ କରିବାସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଜିଲ୍ଲା ଫୁଟବଲ ଆସୋସିଏସନର ସେ ପ୍ରତିଷ୍ଠାତା ସଭାପତି ଥିଲେ । ତାଙ୍କର ଅକାଳ ବିୟୋଗରେ ଜିଲ୍ଲା ଫୁଟବଲ ଆସୋସିଏସନ ତରଫରୁ କଚେରୀ ଖେଳପଡିଆ ଠାରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା ।

hiring

ଜିଲ୍ଲା ଫୁଟବଲ ଆସୋସିଏସନ ସଭାପତି ଲମ୍ବୋଦର ପୁରୋହିତଙ୍କ ସହ ସଂପାଦକ ଯୁଗଳ କିଶୋର ସାମଲ ଓ ଜିଲ୍ଲାର ଫୁଟବଲ ଖେଳାଳୀମାନେ ଏକତ୍ରିତ ହୋଇ ସ୍ୱର୍ଗତ ଦଳେଇଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ ନିରବ ପ୍ରାର୍ଥନା କରିଥିଲେ । ଜିଲ୍ଲା ଫୁଟବଲ ଆସୋସିଏସନ ତରଫରୁ ବରିଷ୍ଠ କ୍ରୀଡାବିତ ଫୁଟବଲ ଖେଳାଳୀ ଓ ଆସୋସିଏସନର ସଦସ୍ୟ ସତ୍ୟପ୍ରକାଶ ଦାଶ, ସୁଶୀଳ କୁମାର ପରିଡା, ନିରଞ୍ଜନ ମେହେର, ଅମ୍ବରୀଶ ପ୍ରଧାନ, ଅରୁଣ କୁମାର ଖଟୁଆ, ବିଭୁତି ଭୂଷଣ ବେହେରା, ସଲିଳ ବେହେରା, ପ୍ରହଲ୍ଲାଦ ଭୋକ୍ତା, ନରେନ୍ଦ୍ର ପ୍ରଧାନ, ହେମନ୍ତ ଚଂପତ୍ତି ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବାସହ ତାଙ୍କ ପରିବାରପ୍ରତି ସମବେଦନା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

one × 3 =