ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀ ବିଜେଡ଼ି ପକ୍ଷରୁ ୭ଟି ଯେଜନର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ

0 123

ବାଲିଗୁଡ଼ା: ତ୍ରିସ୍ତରୀୟ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ଚଳିତ ମାସ ୧୭ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । କନ୍ଧମାଳ ଜିଲ୍ଲାର ମୋଟ ୧୮ ଟି ଜୋନ୍‌ ପାଇଁ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି । ତୃତୀୟ ଦିନରେ ଆଜି ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀର ୭ ଜଣ ବିଜେଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ପ୍ରାର୍ଥୀନି କୋଭିଡ୍‌ କଟକଣା ମଧ୍ୟରେ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୫ ନଂ ଯୋନ୍‌ ଜି. ଉଦୟଗିରିରୁ ଲିଳିମା ପ୍ରଧାନ, ୭ ନଂ ଜୋନ୍‌ ଟିକାବାଲିରୁ ସାଧବଣୀ ନାୟକ, ୮ ନଂ ଜୋନ୍‌ ଟିକାବାଲିରୁ ନମିତା କହଁର, ୧୦ ନଂ ଜୋନ୍‌ ଦାରିଙ୍ଗବାଡିରୁ ରଞ୍ଜନ କୁମାର ପ୍ରଧାନ,୧୧ ନଂ ଜୋନ୍‌ ଦାରିଙ୍ଗବାଡିରୁ ରମାକାନ୍ତ ମାଝୀ,୧୭ ନଂ ଜୋନ୍‌ ରାଇକିଆରୁ ସୁନନ୍ଦା ବେହେରା ଓ ୧୮ ନଂ ଜୋନ୍‌ ରାଇକିଆରୁ ମମତା ରାଣୀ ପ୍ରଧାନ ବିଜୁ ଜନତା ଦଳର ପ୍ରାଥୀ ଭାବେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ବିକାଶ ଧାରାକୁ ମୁଦ୍ଦା କରି ଦଳ ଲଢ଼ିବ ଏବଂ ଜିଲ୍ଲାର ୧୮ଟି ଜିଲ୍ଲା ପରିଷଦ ପଦବୀ ହାତେଇବା ବୋଲି କହିଛନ୍ତି ଜିଲ୍ଲା ସହ ପ୍ରଭାରୀ କିଶୋର ମେହେର ଓ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ । ସେପଟେ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିପୁଳ ଭୋଟରେ ଦଳର ପ୍ରାଥୀ ଜୟଯୁକ୍ତ ହେବେ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ବିଧାୟକ ସାଲୁଗା ପ୍ରଧାନ । ଅନ୍ୟପଟେ ଆମେ ଘରଘର ବୁଲି ଭୋଟରମାନଙ୍କୁ ସରକାରଙ୍କ ବିକାଶ ମୁଳକ କାର୍ଯ୍ୟ ବିଷୟରେ ବୁଝାଇବୁ ଏବଂ ବିପୁଳ ଭୋଟରେ ବିଜୟୀ ହେବୁ । ମାନ୍ୟବର ମୁଖ୍ୟମନ୍ତ୍ରୀ ଆମ ଉପରେ ଆସ୍ଥା ପ୍ରକଟ କରି ଆମକୁ ପ୍ରାର୍ଥୀ କରିଛନ୍ତି ଏଥିପାଇଁ ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି କହିଛନ୍ତି ପ୍ରାର୍ଥୀ ଓ ପ୍ରାର୍ଥୀନି ।

hiranchal ad1
Leave A Reply

Your email address will not be published.

two × one =